Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନ ଯାଉ ଜୀବନ ଯାଉ ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ, ଦାବିରେ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଆମପାଣି ଠାରେ ଜାତୀୟ ରାଜପଥ ଅବରୋଧ ଓ ଫରେଷ୍ଟ ଅଫିସ ରେ ତାଲା।

କଳାହାଣ୍ଡି:୦୮/୧୧
ରିପୋର୍ଟ—ସନତ କୁମାର ପ୍ରଧାନୀ
ଜାନ ଯାଉ ଜୀବନ ଯାଉ ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ କୋକସରା ବ୍ଲକ ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ କୁ ଦିନ ପ୍ରାୟ ୧୧ ଘଣ୍ଟା ସମୟରୁ ଅବରୋଧ କରିବା ସହ ଆମପାଣି ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ତାଲାବନ୍ଦ କରି ଜଙ୍ଗଲ ସୁରକ୍ଷା କମିଟି ର ସଭାପତି ହେମନ୍ତ କୁମାର ମାଝୀ ଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ପ୍ରତିବାଦ ସହ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ ମଧ୍ୟରେ ଗାଡି ଚଳାଚଳ ଠପ ହୋଇଥିଲା ଓ ରାସ୍ତା ର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକ ରହିବା ସହ ଯାତ୍ରୀ ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ।ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ପୂର୍ବରୁ ମଧ୍ୟ ଧର୍ମଗଡ ବନାଞ୍ଚଳ ବିଭାଗ ର ରେଞ୍ଜର ଓ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ୨୦୨୧ ରେ ଜଙ୍ଗଲ ସୁରକ୍ଷା ପାଇଁ ଦୁଇ ଜିଲ୍ଲା ପ୍ରଶାସନ ଶାନ୍ତି କମିଟି ର ନିଷ୍ପତ୍ତି ର ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜଙ୍ଗଲ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ନହେବା, ଅବାଧ ମକାଚାଷ,ଜଙ୍ଗଲ ରେ କାଠ ମାଫିଆ ଙ୍କ ପ୍ରାଦୁର୍ଭାବ, ନୂତନ ଜଙ୍ଗଲ ସୃଷ୍ଟି ନାଁ ରେ ବନିକରଣ ରେ ଦୁର୍ନୀତି କରି ଜଙ୍ଗଲ ଅଧିକାରୀ ଙ୍କ ଲକ୍ଷାଧିକ ଟଙ୍କା ର ଦୁର୍ନୀତି, ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କାଉର ଙ୍କୁ ଅନ୍ୟତ୍ର ବଦଳି ଓ ପର୍ଯ୍ୟଟନ ସ୍ଥଳୀ ପାଇଁ ଆସିଥିବା ଅନୁଦାନ ର ବାଟ ମାରଣା ନେଇ ଅଭିଯୋଗ ନେଇ ଗୁରୁବାର ଆମପାଣି ଫରେଷ୍ଟ ସେକ୍ସନ ର କାର୍ଯ୍ୟାଳୟ ସମ୍ମୁଖରେ ଠାରେ ସକାଳ ୧୧ ଘଣ୍ଟା ରୁ ଜାତୀୟ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଓ ପୋଲିସ କର୍ମଚାରୀ ସହ ଆଇ.ଆର.ବି ଯବାନ ମାନେ ପହଞ୍ଚି ଆନ୍ଦୋଲନକାରି ଙ୍କ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିବା ପାଇଁ ଆଲୋଚନା କରିଥିଲେ। ତେବେ ଜିଲ୍ଲା ସ୍ତରୀୟ ଜଙ୍ଗଲ ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ରାସ୍ତା ଅବରୋଧ ରୁ ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀ ନିଜ ଜିଦ ରେ ଅଡି ବସିଥିଲେ । ପରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ ରେ ବସିଥିବା କର୍ମକର୍ତ୍ତା ଙ୍କ ସହ ଆଲୋଚନା କରି ରାସ୍ତା ଅବରୋଧ ରୁ ହଟିବା ପାଇଁ ଆଲୋଚନା ସହ ଜଙ୍ଗଲ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରିବା ପରେ ଏକ ଘଣ୍ଟା ର ସମୟ ଦେଇ ରାସ୍ତା ଅବରୋଧ ହଟାଇ ଥିଲେ। ପରେ ଘଟଣାସ୍ଥଳରେ ଡେପୁଟି ଜିଲ୍ଲାପାଳ ଚିତ୍ତରଞ୍ଜନ ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ ପହଞ୍ଚି ଆନ୍ଦୋଳନ ରେ ବସିଥିବା ଜଙ୍ଗଲ ସୁରକ୍ଷା କମିଟି ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲ ର ସୁରକ୍ଷା ନେଇ ପ୍ରତିଶୃତି, ଅବାଧ ମକାଚାଷ ଓ ଅନାଧିକୃତ ଭାବେ ଜଙ୍ଗଲ ରେ ରହି ଜଙ୍ଗଲ କୁ କାଟି ମକାଚାଷ କରୁଥିବା ସୀମାନ୍ତ ଜିଲ୍ଲା ର ଲୋକଙ୍କ ଉପରେ କଳାହାଣ୍ଡି ଜିଲ୍ଲା ଜଙ୍ଗଲ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ପରେ ସାହାଜଖୋଲ ବନ ସୁରକ୍ଷା କମିଟି ରାସ୍ତା ଅବରୋଧ ରୁ ହଟିବା ସହ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। ମଧ୍ୟାହ୍ନ ୨ ଘଣ୍ଟା ରେ ରାସ୍ତା ଅବରୋଧ ହଟିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ଏହି ଆନ୍ଦୋଳନ ରେ ଜଙ୍ଗଲ ସୁରକ୍ଷା କମିଟି ର ସଭାପତି ଭଜମନ ନାଏକ,ଦଣ୍ଡପାଟ ଅଞ୍ଚଳ ର ସାମାଜିକ କର୍ମି ଭବେଶ ଗନ୍ତିଆ,କୋଷାଧ୍ୟକ୍ଷ ନିରଞ୍ଜନ ବାଗ, ଭୁଜବଲ ସୋରି, ସୁଧୀର ଚନ୍ଦ୍ର ବାଗ, ପରକ୍ଷୀତ ବେଶ୍ରା, ମଧୁବନ ପାତ୍ର, ମହିମା ସରପଞ୍ଚ ଇଶରାମ କୋଲଥିଆ,ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ହିମାଞ୍ଚଳ ପୁଝାରି, ହରିଶ୍ଚନ୍ଦ୍ର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ବାଗ, ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ,ପାର୍ଥବ ମାଝୀ,ପୂର୍ଣ୍ଣଚନ୍ଦ୍ର ନାଏକ, ଯଦୁମଣି ଦୁର୍ଗା,ଲକ୍ଷ୍ମଣ ଗୋପାଳ, ମନୋରଞ୍ଜନ ବାଣୁଆ, ଧର୍ମାନନ୍ଦ ନାଏକ,ପଦ୍ମନ ଚଲାନ, ଦ୍ରୋଣାଚାର୍ଯ୍ୟ ପୁଝାରି, ନାରିନେତ୍ରୀ ହେମାଙ୍ଗିନି ହଂସ ସମେତ ଶତାଧିକ ସାହାଜଖୋଲ ବନ ସୁରକ୍ଷା କମିଟି ର କର୍ମକର୍ତ୍ତା ଉପସ୍ଥିତ ରହି ଆନ୍ଦୋଳନ ରେ ସାମିଲ ହୋଇଥିଲେ।