Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେର ଉଚ୍ଚ ବିଦ୍ୟାଳୟ ରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ,୮୫ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ।

କଳାହାଣ୍ଡି:୦୮/୧୧
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ କୋକସରା ବିଇଓ ସୁଶ୍ରୀ ରଶ୍ମିତା ନେତମ ଙ୍କ ସଭାପତିତ୍ୱ ରେ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦେବେନ୍ଦ୍ର ପାଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ କୋକସରା ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ବିଦୁ ଭୂଷଣ ପାଟ୍ଟଯୋଶୀ, ଅବସର ପ୍ରାପ୍ତ ଶିକ୍ଷକ ନବ କିଶୋର ଦାସ, ସମାଜସେବୀ ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ, ବୁଦ୍ଧିଜୀବୀ ଫକୀର ମୋହନ ପାଟ୍ଟଯୋଶୀ , ସିଆରସିସି କାଶିବାହାଲ କ୍ଲଷ୍ଟର ପ୍ରଶାନ୍ତ କୁମାର ଶବର,ପୂର୍ବତନ ଏସ.ଏମ.ଡି.ସି ସଦସ୍ୟ ଜଗଦୀଶ ସରାଫ, ସିଆରସିସି ଦିଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବ୍ଲକ ସ୍ତରୀୟ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ବିଜ୍ଞାନ ପ୍ରଦର୍ଶନୀ ମେଳା ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଙ୍କ ବିଜ୍ଞାନ ଉପରେ ଆଧାରିତ ବିଭିନ୍ନ ପ୍ରକଳ୍ପ କୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ରେ ଉଦଯାପିତ କାର୍ଯ୍ୟକ୍ରମ ରେ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧିକାରିଣୀ ସୁଶ୍ରୀ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଓ ସମ୍ମାନିତ ଅତିଥି ସୁଧୀର କୁମାର ପଣ୍ଡା, ବିଜ୍ଞାନ ଶିକ୍ଷକ ଫୁଫଗାଁ ପଦ୍ମ କିଶୋର ବେହେରା, ସିଆରସିସି ମୋଟେର ଦିଲୀପ କୁମାର ସାହୁ, ବିଜେପି ନାରିନେତ୍ରୀ କୁନ୍ତୀ ପାଳ ଉପସ୍ଥିତ ଥିଲେ।ବିଜ୍ଞାନ ପ୍ରଦର୍ଶନୀ ମେଳା କୁ ସହଯୋଗ ସଞ୍ଜୟ କୁମାର ପଣ୍ଡା, ଆଦିତ୍ୟ କୁମାର ଦାସ, ରଜନୀ କାନ୍ତ ପୁରୋହିତ, ଚିତ୍ତରଞ୍ଜନ ଦାସ, ଫାଲ୍ଗୁନୀ,ଅମୀୟ କୁମାର ଜେନା,ଲୀଳାନିଧି ପାଟ୍ଟଯୋଶୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ବରିଷ୍ଠ ଶିକ୍ଷକ ସାମନ୍ତ କୁମାର ପାଟ୍ଟଯୋଶୀ ସଂଯୋଜନା କରିଥିଲେ।ପରିଶେଷରେ ସାଙ୍ଗଠାନିକ ସମ୍ପାଦକ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବଲ ଧନ୍ୟବାଦ ଅର୍ପଣ କରିଥିଲେ।