ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ରାଜ୍ୟ ସ୍ତରୀୟ ଗୁଣବତ୍ତା ସୁନିଶ୍ଚିତ ମାନକପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡା ରବିନାରାୟଣ ମିଶ୍ର , ପ୍ରଶନ୍ନ ରାଉତ , ପ୍ରଦୀପ କୁମାର ସାହୁ , ଡ଼ା ପ୍ରଣବ ମହାପାତ୍ର , ଆଲୋକ କୁମାର ସେଠ , ପ୍ରବିଣ ରଥ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେହି ଉପରେ ଆଲୋଚନା ହୋଇଥିଲା । ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରଜ୍ଞା ପରିମିତା ହୋତା ଓ ମହିଳା ସ୍ବାସ୍ଥ୍ୟକର୍ମୀ ସଂଯୁକ୍ତା ସାହୁ ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କରୁଥିଲେ। ଭାନୁମତି ସାହୁ , ଗିତାଞ୍ଜଳି ଭୋଇ , ଗୀତାଞ୍ଜଳି ଜଗଦଳା , ଅନୁସୟା ମଲ୍ଲିକ, ସୁକାନ୍ତି ସାହୁ , ପୁଷ୍ପା ପଧାନ , ପୂର୍ଣ୍ଣିମାଶି ଭୋଇ , ଝୁନୁ ଖମାରି , ଗୀତାଞ୍ଜଳି ସେଠି ପ୍ରମୁଖ ଆଶା ଦିଦି ମାନେ ଉପସ୍ଥିତ ଥିଲେ। ସେହିପରି କୁଡାପଡା ଓ ମସିଣାପାଲି ଠାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।