Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ମହିଳା ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦଘାଟିତ।

କଳାହାଣ୍ଡି:୧୦/୧୧/୨୪
ଖବରଦାତା—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତ୍ରି-ଦିବସୀୟ ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପ ଓ ସମ୍ମାନିତ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ଯୋଗଦେଇ ଶିବିରାର୍ଥିମାନଙ୍କୁ ଯୁବ ରେଡକ୍ରସର ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜିବ କୁମାର ସାହୁ ଶିବିରର ନିୟମାବଳୀ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଶିବିରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଡ଼. ରଜନୀ କାନ୍ତ ଜେନା ସ୍ଵାଗତ ଅଭିଭାଷଣ, ଶଙ୍କର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ଭୋଇ ମଞ୍ଚ ସଂଯୋଜନା ଓ ଇପ୍ସିତା ସାହୁ, ଝାନସୀରାଣୀ ଗଡତିଆ, ଭୁଲତା ବାଗ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଏହି ଶିବିରରେ ଭବାନୀପାଟଣା ଉପଖଣ୍ଡର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏହି ତ୍ରି ଦିବସୀୟ ଶିବିରରେ ରେଡକ୍ରସର ଇତିହାସ, ବିକାଶ ,ଚିହ୍ନ ମୌଳିକ ନୀତି, ରକ୍ତଦାନର ଆବଶ୍ୟକତା ଓ ମହତ୍ତ୍ୱ , ପ୍ରାଥମିକ ଚିକିତ୍ସା , ସାମାଜିକ ପରିବର୍ତ୍ତନରେ ସ୍ଵେଚ୍ଛାସେବୀଙ୍କ ଭୂମିକା, ମହିଳା ସଶକ୍ତିକରଣ, ସଡ଼କ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନିରାପତ୍ତା, ସାଇବର ନିରାପତ୍ତା, ଯୋଗ ଓ ପ୍ରାଣାୟାମ ବିଷୟରେ ପ୍ରଶିକ୍ଷଣ ଦିଆଯିବ ଓ ଶିବିରାର୍ଥି ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ହେବ। ଶିବିରର ଦ୍ବିତୀୟ ଦିବସରେ ଏକ ରକ୍ତଦାନ ଶିବିର ଆୟୋଜନ ହେବା ପାଇଁ ସ୍ଥିର କରାଯାଇଛି। ଶିବିରରର ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ, ସ୍ବେଚ୍ଛାସେବୀ ଛାତ୍ରୀମାନେ ସହଯୋଗ କରୁଥିବା ଜଣାଯାଇଛି।