Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ପ୍ରେସ ଦିବସ,ସାମ୍ବାଦିକଙ୍କ ଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ।

କଳାହାଣ୍ଡି:୧୬/୧୧
ଜାତୀୟ ପ୍ରେସ ଦିବସ ଆଜି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଠାରେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ପାଳନ କରାଯାଇଛି। କଳାହାଣ୍ଡି ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳ, ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଉପ ଜିଲ୍ଲାପାଳ ଧର୍ମଗଡ ଧୀମାନ ଚକମା, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବବିତା ପାଟ୍ଟଯୋଶୀ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, କାର୍ଯ୍ୟକାରୀ ସଭାପତି ଓୟୁଜେ ବିରଞ୍ଚି ନାରାୟଣ ଜାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା, ସାଙ୍ଗଠାନିକ ସମ୍ପାଦକ ଅଂଶୁମାନ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକ ଙ୍କ ବିଭିନ୍ନ ଦାବି ଉପରେ ଉପସ୍ଥିତ ବିଧାୟକ,ନେତା ଓ ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାର ବିକାଶ ପାଇଁ ଖବରଦାତା ମାନଙ୍କ ସହଯୋଗ ଓ ଖବର ପରିବେଷଣ ଆବଶ୍ୟକ ଉପରେ ଜିଲାପାଳ କହିଥିଲେ।ସେହିପରି ସାମ୍ବାଦିକ ସୁରକ୍ଷା ଆଇନ,ପେନସନ,ସ୍ୱାସ୍ଥ୍ୟ ବୀମା ରାଶି ବର୍ଦ୍ଧିତ ନେଇ ସରକାରଙ୍କ ଉପରେ ଦାବି କରାଯାଇଥିଲା। ମଞ୍ଚକୁ ବରିଷ୍ଠ ଖବରଦାତା ଅଂଶୁମାନ ପାତ୍ର ପରିଚାଳନା କରିଥିବାବେଳେ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବାର୍ଷିକ ବିବରଣୀ ପରିଚାଳନା କରିଥିଲେ।
ସାମ୍ବାଦିକ ଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି ସେସବୁ କାର୍ଯ୍ୟକାରୀ କରିବା ପାଇଁ ଶୀଘ୍ର ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଆଗ୍ରାହ୍ୟ କରିଥିଲେ।। ମଞ୍ଚକୁ ବରିଷ୍ଠ ଖବରଦାତା ଅଂଶୁମାନ ପାତ୍ର ପରିଚାଳନା କରିଥିବାବେଳେ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବାର୍ଷିକ ବିବରଣୀ ପରିଚାଳନା କରିଥିଲେ।