Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀର ହାଲୋ ଷ୍ଟେ ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ସ୍ଥିତ ହୋଟେଲ ହାଲୋ ଷ୍ଟେରେ ତାଙ୍କୁ କାମ କରାଯାଉଥିଲା । ପିଲାଟିର ବୟସ ୧୧ ବର୍ଷ ବୋଲି ଜଣାପଡ଼ିଛି । ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତା ଓ ଚନ୍ଦ୍ରଶେଖରପୁର ପୋଲିସ ମିଳିତ ଭାବେ ଶିଶୁଟିକୁ ଉଦ୍ଧାର କରିଛନ୍ତି । ଶିଶୁଟି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ବୋଲି ସୂଚନା ମିଳିଛି ।

କିଛି ଦିନ ହେବ ପିଲାଟିର ପରିବାର ଶୈଳଶ୍ରୀ ବିହାର ଅଞ୍ଚଳରେ ଗୋଟିଏ ବସ୍ତିରେ ରହୁଛନ୍ତି । ପିଲାଟିର ବାପା ପରିବାରକୁ ଛାଡ଼ି କେଉଁଆଡେ ପଳେଛନ୍ତି । ପିଲାଟି ସେହି ଅଞ୍ଚଳର ହୋଟେଲ ହାଲୋ ଷ୍ଟେରେ ପ୍ରାୟ ତିନି ମାସ ହେବ କାମ କରିଆସୁଛି । ହୋଟେଲର ମ୍ୟାନେଜର ଦିପୁ ସାମନ୍ତ ପିଲାଟିକୁ ହୋଟେଲରେ ଝାଡୁ ପୋଛା, ପରିବା କଟା, ପାଣି ଦେବା ଇତ୍ୟାଦି କାମରେ ନିୟୋଜିତ କରି ତାକୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । ପିଲାଟିକୁ ଉଦ୍ଧାର କରି ରୁଚିକା କର୍ମକର୍ତ୍ତା ଅତିରିକ୍ତ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥିତ କରାଇଛନ୍ତି । ଶିଶୁ କଲ୍ୟାଣ ସମିତିର ନିର୍ଦ୍ଦେଶ କ୍ରମେ ପିଲାଟିକୁ ରୁଚିକା ଓପନ ସେଲ୍ଟରକୁ ପଠାଇ ଦିଆଯାଇଛି ।