ସମ୍ବଲପୁର/ରାଉରକେଲା,(ରାଜାରାମ ଷଡ଼ଙ୍ଗୀ ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ରାଉରକେଲା ମହାନଗର ମହାନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ପୂର୍ବତନ ପ୍ରାନ୍ତ ପ୍ରଚାରକ ଶ୍ରୀ ବିଷ୍ଣୁ ପାତ୍ର ମହୋଦୟ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଦେଶ ଓ ସମାଜର କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବା ସହ ପାଞ୍ଚ ପରିବର୍ତ୍ତନ ମାଧ୍ୟମରେ ରାଷ୍ଟ୍ରର କେଉଁ ଭଳି ବିକାଶ ହୋଇପାରିବ ସେ ବିଷୟରେ ଜଣାଇଥିଲେ , ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ ସହ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ରହି ଏବିଭିପି ର ୭୭ ବର୍ଷ ଇତିହାସ ର ପରାକାଷ୍ଠା ଓ କିର୍ତିମାନ ବିଷୟରେ ବିଦ୍ୟାର୍ଥୀ ମାନଙ୍କୁ ଜଣେଇବା ସହ “ ଦେଶ ହାମେ ଦେତା ସବ କୁଛ , ହାମେ ଭି କୁଛ ଦେନା ଶିଖେ ” ର ଆହ୍ବାନ ମଧ୍ୟ ଦେଇଥିଲେ , ଏବିଭିପି ରାଉରକେଲା ଜିଲ୍ଲାର ଜିଲ୍ଲା ପ୍ରମୁଖ ସରକାରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଆଭାସ ହୋତା ପିଲାମାନଙ୍କୁ ଏକ ହାଇ ରହି ଶିକ୍ଷାନୁଷ୍ଠାନ ର ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ବୋଲି କହି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶାଳ କୁମାର ରାମ କରିବା ସହ ନିର୍ବାଚନୀ ଅଧିକାରୀ ଭାବେ ନୀଳଶୈଳ ମହାବିଦ୍ୟାଳୟର ଅତିଥି ଅଧ୍ୟାପକ ଓ ବିଦ୍ୟାର୍ଥୀ ପରିଷଦ ର ପୂର୍ବତନ ମହାନଗର ସମ୍ପାଦକ ଶ୍ରୀମାନ ସୌମ୍ୟ ରଞ୍ଜନ ପ୍ରଧାନ ନୂତନ କାର୍ଯ୍ୟକାରିଣୀର ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶିକ୍ଷାବର୍ଷ ୨୦(୨୪-୨୫) ପାଇଁ ରାଉଲକେଲା ମହାନଗରର ନୂତନ ସଭାପତି ରୂପେ ମୁନ୍ସିପାଲ ମହାବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀମାନ ଅର୍ଘ୍ୟଦୀପ ବାନାର୍ଜୀ ଓ ନୂତନ ସମ୍ପାଦକ ରୂପେ ଛାତ୍ର ନେତା କିଶୋର କୁମାର ଭିଓ ଙ୍କୁ ଦାୟିତ୍ଵ ଭାର ସମ୍ପାଦନ କରାଯାଇଛି , ଏହା ସହିତ ଅନ୍ୟ ୩୦ ଜଣ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ନେଇ ମହାନଗର କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି ଓ ଆଗାମୀ କାର୍ଯ୍ୟକ୍ରମ କୁ ନେଇ ପ୍ରଥମ ମହାନଗର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ରାଉଲକେଲା ଏବିଭିପି ପୂର୍ବତନ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ନୂତନ କାର୍ଯ୍ୟ କର୍ତମନଙ୍କୁ ଉତ୍ସାହିତ କରିଥିଲେ । ଏଥି ସହ ବିଦ୍ୟାର୍ଥୀ ପରିଷଦର ୧୫୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନୂତନ ଦାୟିତ୍ଵ ପ୍ରାପ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ରାଉରକେଲା ମହାନଗରରେ ମହାନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପୂର୍ବତନ ପଶ୍ଚିମ ପ୍ରାନ୍ତ ପ୍ରଚାରକ ବିଷ୍ଣୁ ପାତ୍ର ଭାଇ ଓ ମୁଖ୍ୟ ବକ୍ତା ଭାବେ ଏବିଭିପି ର ପ୍ରାନ୍ତ ସହ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଭାଇ ଓ ରାଉଲକେଲା ଜିଲ୍ଲା ପ୍ରମୁଖ ଆଭାସ ହୋତା ସାର ଉପସ୍ଥିତ ଥିଲେ ।
୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ମହାନଗର ସଭାପତି ରୂପେ ଅର୍ଘ୍ୟଦିପ ବାନାର୍ଜୀ ଓ ମହାନଗର ସମ୍ପାଦକ ରୂପେ ଛାତ୍ରନେତା କିଶୋର ଭୋଇ ଓ ୩୦ ଜଣ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଦାୟିତ୍ଵ ଦିଆଯାଇଛି।