Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପରାୟଣା ମହିଳା ଙ୍କ ପରଲୋକ, ଅଞ୍ଚଳ ରେ ଶୋକ ର ଛାୟା।

କଳାହାଣ୍ଡି:୨୦/୧୧
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ଗ୍ରାମର ବରିଷ୍ଠ ସମାଜସେବୀ ବ୍ରଜେନ୍ଦ୍ର ପଟ୍ଟଯୋଶୀ ଙ୍କ ଧର୍ମପତ୍ନି ପଦ୍ମାଳାୟା ପଟ୍ଟଯୋଶୀ ଙ୍କ ବୁଧବାର ଚିକିତ୍ସା ଧୀନ ଅବସ୍ଥାରେ ରାୟପୁରର ଏକ ଘରୋଇ ହସପିଟାଲ୍‌ ରେ ଦେହାନ୍ତ ହୋଇଛି। ସେ ଥିଲେ ଧର୍ମ ପରାୟଣା, ମିଷ୍ଟଭାସି, ପରୋପକାରୀ, ମେଳାପୀ ମହିଳା ଥିଲେ। ରାୟପୁର ରୁ ତାଙ୍କ ମର ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ରେଙ୍ଗାଳପାଲି ଗ୍ରାମ କୁ ଅଣାଯାଉଛି। ଗୁରୁବାର ସକାଳେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସମାପନ ହେବ। ମହିୟସୀ ମହିଳା ଙ୍କ ପରଲୋକ ଗମନ ପରେ ଜୟପାଟଣା ଅଞ୍ଚଳ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।