ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଓ ଜଳ ଶକ୍ତି ଅଭିଯାନ ସମ୍ପର୍କିତ କର୍ମଶାଳା।


କଳାହାଣ୍ଡି: ୨୬।୧୧
ରିପୋର୍ଟ—ସନତ ପ୍ରଧାନୀ
ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ଓ ଦଣ୍ଡପାଟ ଯୁବ ସେବା ସଂଗଠନର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର କୋକସରା ବ୍ଳକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତର ଶ୍ରୀରାମପୁରଠାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଓ ଜଳ ଶକ୍ତି ଅଭିଯାନ ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣା କ୍ଷେତ୍ର ପ୍ରଚାରକ ଖଗେଶ ବାଇପାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ମୁଖ୍ଯ ବକ୍ତା ଏବଂ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତ, ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ, ପୂର୍ବତନ ସରପଞ୍ଚ ଧର୍ମବ୍ରତ ପଣ୍ଡା, ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ରଜତ ବଂଶଲ, ଯୁବ ସଂଗଠକ ସଂଜୀବ କୁମାର ଠାକୁର, ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଘର ଉପରେ ସୌର ପ୍ୟାନେଲ ଲଗାଇବା ପାଇଁ ସରକାର ସବସିଡି ଓ ଋଣର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମାଗଣା ବିଜୁଳି ପାଇବା ସଙ୍ଗେ ସଙ୍ଗେ ବଳକା ବିଜୁଳି ବିକି ଆର୍ଥିକ ଲାଭ ମଧ୍ୟ ପାଇପାରିବେ। ତେଣୁ କେମିତି ଏହି ଯୋଜନାରେ ସାମିଲ ହେବେ ଏବଂ ଏହାର ଫାଇଦା ଉଠାଇବେ, ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଏଥିସହିତ ଜଳର ସୁବିନିଯୋଗ କରିବା ସହ କିଭଳି ଭାବରେ ପ୍ରଦୂଷଣ ମୁକ୍ତ କରିବା, କେମିତି ଜଳ ସଂରକ୍ଷଣ କରିବା ସେ ବିଷୟରେ ଅତିଥିମାନେ ସଚେତନତା ସୃଷ୍ଟି କରିଥିଲେ। ଏହି କ୍ରମରେ ଉପସ୍ଥିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ନେଇ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଠିକ୍ ଉତ୍ତର ଦେଇଥିବା ପ୍ରତ୍ୟେକ ମହିଳାଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ସଂଯୋଜନା କରିଥିବା ବେଳେ ସଂଗଠକ ଅବିନାଶ ମୁଣ୍ଡ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ କଳାକାର ମାନେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ନ୍ରୁତ୍ଯ ସଂଗୀତ ମାଧ୍ୟମରେ ବୁଝାଇଥିଲେ। ଦଣ୍ଡପାଟ ଯୁବ ସେବା ସଂଗଠନର ସଂପାଦକ ଭୁଜବଳ ନାଏକ, ଉପ-ସଭାପତି ତ୍ରିଲୋକ ନାଥ ସିଂ, ସହ-ସଂପାଦକ ସୁଶୀଲ ଚନ୍ଦ୍ର ନାଗ, କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ହେମାଲ ବିଶି, ଭୀଷ୍ମ ବାଣୁଆ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ଉପ-ସଭାନେତ୍ରୀ ସାବିତ୍ରୀ ନାଏକ, ସଂପାଦିକା ସଂଗୀତା ବିଶି, ସହ-ସଂପାଦିକା ଦୁଲ୍ଲଭି ହଂସ, କୁନି ବାଣୁଆ, ଦୀପିକା ସାହୁ, ହାରାମଣୀ ନାଏକ, ହିମାଦ୍ରୀ ଖଣ୍ଡାଧାରୀ, ହେମଲତା ନାଗ ସମେତ ମିଶନ ଶକ୍ତି ତଥା ସ୍ବୟଂ ସହାୟିକା ଗୋଷ୍ଠୀର ସମସ୍ତ ମହିଳା ଓ ମହାବୀର ଯୁବ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.