Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗାଁ ର ଜଣେ ଯୁବକ ର ମୃତ୍ୟୁ

କଳାହାଣ୍ଡି:୩୦/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଦଶପୁର ଗାଁ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ଯୁବକ ର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଦଶପୁର ଗାଁ ର କିଶୋର ଚନ୍ଦ୍ର ସା। ପ୍ରକାଶ ଥାଉ କି ସେ ବିଳମ୍ବିତ ରାତ୍ରିରେ ନବ ନିର୍ମିତ ଘରେ ମଟର ମାଧ୍ୟମରେ ପାଣି ଦେବା ସମୟରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଦଶପୁର ଫାଣ୍ଡି ରେ ଶନିବାର ସକାଳ ୯ ଟା ରେ ଏତଲା ଦେଲା ପରେ ପୋଲିସ କେଶ ନମ୍ବର ୧୬/୨୪ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।