Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ଅଚଳାବସ୍ଥା, ବିଡ଼ିଓ ଙ୍କ ପରେ ଜିଲ୍ଲାପାଳ ଙ୍କୁ ଫେରାଦ ହେଲେ ୱାର୍ଡ ସଭ୍ୟ ସମୂହ।

କଳାହାଣ୍ଡି:୩୦/୧୧
ରିପୋର୍ଟ—-ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ର ନିର୍ବାଚିତ ସରପଞ୍ଚ ନକୁଳ ନାଏକ ଦୀର୍ଘମାସ ହେବ ରୋଗାକ୍ରାନ୍ତ ହୋଇଥିବା କାରଣରୁ ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ଅଭିଯୋଗ କରିଛନ୍ତି ଲଡୁଗାଁ ପଞ୍ଚାୟତ ୨୦ ୱାର୍ଡ ର ସଭ୍ୟ ସମୂହ। ସରପଞ୍ଚ ନକୁଳ ନାଏକ ଙ୍କ ଅସୁସ୍ଥତା କାରଣରୁ ସେ ପାଖାପାଖି ୩ ମାସ ରୁ ଉର୍ଦ୍ଧ ହେବ ପଞ୍ଚାୟତ କାର୍ଯ୍ୟ ସମୟ ଦେଇ ପାରୁନାହାନ୍ତି, ଫଳରେ ପଞ୍ଚାୟତ ର ଅନେକ ଉନ୍ନୟନ କାର୍ଯ୍ୟ ରେ ବାଧା ଉପୁଜୁଥିବା ଓ ସରପଞ୍ଚ ଦାଇତ୍ଵ ନାଏବ ସରପଞ୍ଚ କିମ୍ବା କୌଣସି ଅଧିକାରୀ ଙ୍କୁ ହସ୍ତାନ୍ତର କରିବା ନେଇ ପଞ୍ଚାୟତ ର ୱାର୍ଡ ମେମ୍ବର ସମୂହ ପୂର୍ବରୁ ସ୍ଥାନୀୟ କୋକସରା ବ୍ଲକ ପ୍ରଶାସନ ନିକଟରେ ଦାବି କରିଥିଲେ। ତେବେ ୱାର୍ଡ ସଭ୍ୟ ସମୂହ ଙ୍କ ଦାବି ସତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶନିବାର ନାଏବ ସରପଞ୍ଚ ଶୋଭାଙ୍ଗିନୀ ଚଣ୍ଡି ଙ୍କ ନେତୃତ୍ୱରେ ଅନ୍ୟ ୱାର୍ଡ ମେମ୍ବର ମାନେ କୋକସରା ଭାରପ୍ରାପ୍ତ ବିଡ଼ିଓ ଙ୍କୁ ଭେଟି ସରପଞ୍ଚ ଦାଇତ୍ୱ ଦେବାକୁ ଦାବି କରିଛନ୍ତି। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଲଡୁଗାଁ ପଞ୍ଚାୟତ ର ସରପଞ୍ଚ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ନିକଟକୁ ଚିଠି କରାଯାଇଛି ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ କୌଣସି ନିର୍ଦେଶ ଆସିନାହିଁ ବୋଳି ବିଡ଼ିଓ ବିଶ୍ୱନାଥ ରାଉତ ୱାର୍ଡ ସଦସ୍ୟ ସମୂହ ଙ୍କୁ ସଫେଇ ଦେଇଥିବା ଜଣାପଡିଛି। ଏହାପରେ ୱାର୍ଡ ମେମ୍ବର ମାନେ ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟ ଭବାନୀପାଟଣା କୁ ଯାଇଥିବା ବେଳେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ କାରଣରୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱ।ନ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶୀଘ୍ର ସରପଞ୍ଚ ସମସ୍ୟା ର ସମାଧାନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।ଦାବିପତ୍ର ପ୍ରଦାନ ସମୟରେ ଲଡୁଗାଁ ପଞ୍ଚାୟତ ର ୱାର୍ଡ ସଭ୍ୟ ରୁକ ଶବର,ରୁଦ୍ର ପ୍ରସାଦ ଦାସ,ପ୍ରକାଶ ପୁଝାରି, ଫକୀର ମୋହନ ହଂସ,ସୁଧୀର ରାଉତ, ରାଜେଶ ସାହୁ, ବିଷ୍ଣୁ ପ୍ରସାଦ ମାଝୀ,ଟୁନି ଦିଶାରୀ,ଜାନକୀ ପାନ,ରୁକ୍ମଣୀ ଦାସ, ଅଷ୍ଟମୀ ଦଣ୍ଡସେନା,କୁନ୍ତଳା ମଙ୍ଗରାଜ,ଉର୍ବଶୀ ନିଆଳ, ଭୂମିସୁତା ସୋରି ପ୍ରମୁଖ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ପ୍ରଶାସନ ର ଦ୍ୱାରସ୍ଥ ହୋଇ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ସରପଞ୍ଚ ନିଯୁକ୍ତ କରିବାକୁ ଦାବି କରିଛନ୍ତି।