Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆଶ୍ରମ ବିଦ୍ୟାଳୟ ଷଣ୍ଡପଥର ଠାରେ ସମ୍ବଲପୁର ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

ଜମନକିରା : ଆଜି ରବିବାର ଦିନ ଜମନକିରା ବ୍ଲକ ଆଶ୍ରମ ବିଦ୍ୟାଳୟ ଷଣ୍ଡପଥରରେ ସମ୍ବଲପୁର ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଓଡ଼ିଶାର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଓଡିଶା ସମ୍ବଲପୁର ଶାଖା ଦ୍ୱାରା ଆୟୋଜକ କରାଯାଇଥିଲା। ଉକ୍ତ ସଭାରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାଏକ, ପଂଚାୟତି ରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡିଶା ସରକାର ମୁଖ୍ୟଅତିଥି ରୂପେ ଯୋଗଦେଇ ଶିକ୍ଷକ ମାନେ ସମାଜ ଉନ୍ନତିର ମେରୁଦଣ୍ଡ ବୋଲି କହିଥିଲେ ଓ ଶିକ୍ଷକ ସଂଘର ଏହି ପ୍ରୟାସ କୁ ପ୍ରଶଂସା କରିଥିଲେ। ଦେବଗଡ଼ କଲେଜର ଅଧକ୍ଷ ସୁଦାମ ପରିଡା ମୁଖ୍ୟବକ୍ତା ରୂପେ ଯୋଗ ଦେଇ ସମାଜ ସୁଧାରରେ ଶିକ୍ଷକଙ୍କ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ରହିଥିବା କଥା ଉଲ୍ଲେଖ କରିଥିଲେ। ସଭାରେ ଶିକ୍ଷକ ସଂଘ ସଭାପତି ବୀରେନ୍ଦ୍ର କୁମାର ପଟେଲ ସଭାପତିତ୍ୱ କରିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜମାନାକିରା ରବୀନ୍ଦ୍ର କୁମାର ସେଠି, ସରକାରୀ ଉଚ୍ଚ ବିଦ୍ୟାଳୟ ଷଣ୍ଡପଥର ପ୍ରଧାନ ଶିକ୍ଷକ ତଥା ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର କୁମାର ଜଗତ, ଅନିଭା ନାଏକ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କୁଚିଣ୍ଡା, ଅନିଭା ନାୟକ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସମ୍ବଲପୁର ବିଜୟା ମେହେର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ ବାମରା ଓ ଜମନକିରା ମଂଚାସୀନ ଅତିଥି ଥିଲେ। ଶେଷରେ ସଂଘର ସମ୍ପାଦକ ପଙ୍କଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ବିଭାଗ ରୁ ଅବସର ଗ୍ରହଣ କରିଥିବା ୮ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜମନକିରା ବ୍ଲକ ଶିକ୍ଷକ ନୀଳମଣି ଝଙ୍କାର, ବିଷ୍ଣୁ ଚରଣ ଧାନ, ରାଜକିଶୋର ପ୍ରସାଦ, ଜଗଦୀଶ ପାଣିଗ୍ରାହୀ ଆଦି କାର୍ଯ୍ୟକ୍ରମ ଆୟୋଜକରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷିନୀ ପୃସେଠ,ସୁଧୀର ପ୍ରଧାନ, ସନ୍ତୋଷ ଶତପଥି,ତରୁଲତା ସୁନାନୀ, ଅନିତା ରାଣୀ ଦାସ,ଚୈତନ୍ୟ ସାହୁ,ରାଧେଶ୍ୟାମ ବାରିକ, ସ୍ମୃତିରେଖା ସହାଶମଲ ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ସମାରୋହରେ ଜିଲ୍ଲାର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।