Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଇଲା ଚୋରଚାଲାଣ ବେଳେ ଦୁଇ ଟ୍ରକ୍ ସହ ୩ ଜଣ ଗିରଫ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୋଲିସ କୋଇଲା ଚୋରାଚାଲାଣ ବେଳେ ଦୁଇ ଟ୍ରକ୍ ଜବତ୍ କରିବା ସହ 3 ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଗତ 9 ତାରିଖ ଦିନ ରେଙ୍ଗାଲି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ଟ୍ରକ୍ OR 19D 6767 ଓ OR 15M 7129 କୁ ଯାଞ୍ଚ କରିବା ପାଇଁ ଅଟକାଇଥିଲେ। ଟ୍ରକ୍ ଦୁଇଟାରେ 20 ଟନ ଲେଖାଏଁ କୋଇଲା ଥିଲା। ଟ୍ରକ୍ ଡ୍ରାଇଭର ଦୁଇଜଣ କୋଇଲା ପରିବହନ ପାଇଁ ଉଦ୍ଧିଷ୍ଟ କୌଣସି କାଗଜ ଦେଖାଇପରି ନଥିବାରୁ ପୋଲିସ ଟ୍ରକ୍ ଦୁଇଟିକୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭର ମୁକେଶ କୁମାର (24) ଅନିଲ କୁମାର (30) ଓ ହେଲପର ବାବୁଧନ କୁମାର (22) କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମସ୍ତ ଅଭିଯୁକ୍ତ ବିହାର ରାଜ୍ୟ ର ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ