Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତଲାବିରା 2 ଓ 3 କୋଇଲା ଖଣି ଦ୍ଵାରା ବିସ୍ଥାପିତ ପରିବାର ଙ୍କୁ ଆର ଏଣ୍ଡ ଆର ବେନିଫିଟ ଦେବା ପାଇଁ ଦାବି।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଳାବିରା 2 ଓ 3 କୋଇଲା ଖଣି ଖନନ କାର୍ଯ୍ୟ କରୁଥିବା ଏନ୍ ଏଲ ସି କମ୍ପାନୀ ଦ୍ଵାରା ବିସ୍ଥାପିତ ତଲାବିରା ଗ୍ରାମବାସୀ ଆର ଏଣ୍ଡ ଆର ବେନିଫିଟ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିସ୍ଥାପିତ ସମୟରେ ଜମି ଘର ପ୍ରାପ୍ୟ ସହିତ ଆର ଆର ବେନିଫିଟ ଦେବା ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। କମ୍ପାନୀ ପକ୍ଷରୁ ବିସ୍ଥାପିତଙ୍କୁ ଜମି ଘର ପାଇଁ ଟଙ୍କା ଦିଆଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଆର ଆର ବେନିଫୀଟ ମିଳିନାହିଁ। ଗତ ଜୁଲାଇ ମାସ ରେ ଏଥିପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଆଗାମୀ ସାତ ଦିନ ମଧ୍ୟରେ ଏହି ସମସ୍ୟା ର ସମାଧାନ ନହେଲେ ଗ୍ରାମବାସୀ କମ୍ପାନୀ ଫାଟକ ସମ୍ମୁଖରେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।