Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩ ପାଳିତ ା୨୯୬ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩ ପାଳିତ ହୋଇ ଯାଇଛି ଜିଲ୍ଲା ଶ୍ରମ ବିଭାଗ ,ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗର ମିଳିତ ସହଯୋଗରେ ପାଳନ ହୋଇଥିବା ସମାରୋହରେ ପ୍ରଭାଗୀୟ (ମଣ୍ଡଳ )ଶ୍ରମ ଆଯୁକ୍ତ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଡିଲେଶ୍ୱର ଖାଖା ସୁବର୍ଣ୍ଣପୁର ସ୍ୱାଗତ ବକ୍ତବ୍ୟ ପ୍ରଦାନ ସହ ବିଭାଗୀୟ କାର୍ଯ୍ୟକାରିତା ର ଆଲୋକପାତ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲାପାଳ ସୁର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାରେ ଯୋଗ ଦେଇଥିବା ନିର୍ମାଣ ଶ୍ରମିକ ମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିଥିଲେ।ଶ୍ରମିକ ମାନେ ହିଁ ସମାଜ ଗଠନର ଆଧାର ବୋଲି ନିଜ ଅଭିଭାଷଣରେ କହିବା ସହିତ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ତିଆରି କରିଥିବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ଦେଶର ଅର୍ଥନୈତିକ ବିକାଶରେ ଶ୍ରମଜୀବୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦେଉଥିବା ସାମାଜିକ ସୁରକ୍ଷା ସହାୟତା ସମ୍ପର୍କରେ ବି ଆଲୋଚନା କରିଥିଲେ।ଏହି ସଭାରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନି ମୁଦୁଲି,ଏବଂ ଇଣ୍ଟେରନାସନାଲ ଜଷ୍ଟିସ ମିଶନ ସଂସ୍ଥା ର ଏବନେଜର ଦୀପ ସୋନପୁର ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି ର ଅଧକ୍ଷ ତଥା ସାମାଜିକ କର୍ମି ଗୋବିନ୍ଦ ମହାରଣା, ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଶ୍ରମଜୀବୀଙ୍କ ଶ୍ରମ ଓ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ତେବେ ଏହି ସଭାରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲା ଶ୍ରମ ବିଭାଗ କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗର କର୍ମଚାରୀ ମାନେ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମଜୀବୀ ମାନେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ବେଶ ଉତ୍ସାହିତ ଥିଲେ।ଉକ୍ତ ସଭା ରେ ସୁବର୍ଣ୍ଣପୁର ଜିଲ୍ଲା ର କୋଣ ଅନୁକଣ ରୁ ପ୍ରାୟ ୩୦୦ ଶ୍ରମିକ ଏବଂ ବିଭିନ୍ନ ନିର୍ମାଣ ଶ୍ରମିକ ସଂଘ ର କର୍ମ କର୍ତା ଯୋଗଦାନ କରିଥିଲେ l ସଭା କୁ ଆୟୋଜନ କରିବାରେ ସହକାରୀ ଶ୍ରମ ଅଧିକାରିଣୀ କୁମାରୀ ସବିତା ନାୟକ, ଶ୍ରମ କାର୍ଯ୍ୟାଳୟ ମଙ୍ଗଳ ସଂଯୋଜିକା ଅନିତା ନାଗ,ଜିଲ୍ଲା ଆଇନ ସେବା ପ୍ରାଧିକାରଣ ର ବିନ୍ଦୁ ମହାପାତ୍ର, ଗୁରୁ ବାବୁ ଏବଂ ଉଭୟ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ l ସଭା ପରିଶେଷରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ହିତାଧିକାରୀ ୧୦ ଜଣଙ୍କୁ ଶିକ୍ଷା ସହାୟତା,୨୦୦ ଜଣଙ୍କୁ ବିବାହ ସହାୟତା ଟ.୫୦’୦୦୦/-୩୬ ଜଣଙ୍କୁ ପ୍ରସବ କାଳୀନ ସହାୟତା ଟ.୧୦,୦୦୦/- ଏବଂ ୫୦ଜଣ ହିତାଧିକାରୀ ଙ୍କର ନୋମିନି ପ୍ରତ୍ୟେକ ଙ୍କୁ ଟ.୨୦୦୦୦୦/-ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ