Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଉଲି ନଗର ଠାରେ ମହାଲକ୍ଷ୍ମୀ ପୂଜା। 3ଦିନ ଧରି ଭଜନ କୀର୍ତ୍ତନ ରେ ହର୍ଷ ଉଲ୍ଲାଶୀତ ଉତ୍ସବ ମୁଖର।

ରେଙ୍ଗାଲି ମାଉଲି ନଗର ଠାରେ 3 ଦିନ ଧରି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା। 3ଦିନ ଧରି ଭଜନ କୀର୍ତ୍ତନ ରେ ହର୍ଷ ଉଲ୍ଲାଶୀତ ଉତ୍ସବ ମୁଖର ହୋଇ ଉଠିଥିଲା। ମାର୍ଗଶୀର ମାସ ଶେଷ ଗୁରୁବାର ଦିନ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। 3ଦିନ ଧରି ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ପ୍ରତ୍ୟେକ ଦିନ ମହାଭୋଗ ରନ୍ଧା ଯାଉଥିଲା ଓ ଶହ ଶହ ଭକ୍ତ ମାନେ ମାଁ ଲକ୍ଷ୍ମୀ ଙ୍କ ଦର୍ଶନ କରି ଉକ୍ତ ମାହାଭୋଗ ସେବନ କରି ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ମାଉଳିନଗର ଲକ୍ଷ୍ମୀ ପୂଜା କମିଟି ର ଉପଦେଷ୍ଟା ଶୁଶିଲ କିସାନ, ସଭାପତି ସୁବାସ ବାଗ, କୋଷାଧ୍ୟକ୍ଷ କିଶୋର ଭୋଇ, ସଂମ୍ପାଦକ ବୋଧିସତ୍ୱ ରଣା, ମୁରଲୀ ବେହେରା, ଲକ୍ଷ୍ମଣ ବେହେରା, କୁନମୁନ ବେହେରା, ସତ୍ୟ ବେହେରା, ବଣ୍ଟି ଭୋଇ, ଚିନଟୁ ମହାରଣା, ରବିନ ପଶାୟତ, ଗଣେଶ ନନ୍ଦୀ, ବିଯୟ ଗଣବିର, ଅଞ୍ଚଳ ମାଝୀ, ଉତ୍ତମ ଝା ଙ୍କ ସହ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଆସନ୍ତା କାଲି ମାଁ ଲକ୍ଷ୍ମୀ ଙ୍କ ପ୍ରତିମୂର୍ତ୍ତି ଭସାଣୀ ଯାତ୍ରା ମହା ସମାରୋହ ରେ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ