Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାର୍ଷିକ କ୍ରୀଡା ହିଁ ଛାତ୍ରଛାତ୍ରୀ ଙ୍କୁ କ୍ରୀଡା ବିଦ ହେବାକୁ ସୁଯୋଗ ସୃଷ୍ଟି କରେ , ଜବାହର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଜବହାର ଯାତ୍ରା ଉଦଯାପିତ।

କଳାହାଣ୍ଡି:୧୯/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାଳୟ ରେ ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। ଦ୍ଵି ଦିବାସୀୟ କ୍ରୀଡା ଉତ୍ସବ ରେ ମଙ୍ଗଳବାର ବିଦ୍ୟାଳୟ ର ନୋଡାଲ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ନେତୃତ୍ବରେ ଠାକୁରାଣୀ ମନ୍ଦିର ରେ ମଶାଲ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ମଶାଲ ନେଇ ବିଦ୍ୟାଳୟ କୁ ପହଞ୍ଚିବା ପରେ ଅତିଥିମାନେ ମଶାଲ କୁ ସ୍ୱାଗତ କରିବା ପରେ କ୍ରୀଡା ଦିବସ ର ପତାକା ଉତ୍ତୋଳନ କରିଥିଲେ। ଏହି ଅଵସର ରେ ଉଦଘାଟନୀ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ କ୍ରୀଡା ଓ ଛାତ୍ର ଜୀବନ ର ସାମଞ୍ଜସ୍ୟ ବିଷୟରେ ପରାମର୍ଶ ଦେଇଥିଲେ। ପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ଵର୍ଗ ରେ କ୍ରୀଡା ଅନୁଷ୍ଠିତ ହୋଇଥିଲା। ସେହିପରି ବୁଧବାର କ୍ରୀଡା ଦିବସ ର ଉଦଯାପନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମୁଖ୍ୟଵକ୍ତା ଭାବେ ଜାତୀୟ ସ୍ତରରେ ବିଜ୍ଞାନ ପାଇଁ ପୁରସ୍କୃତ ନର୍ଲା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ଅଧ୍ୟକ୍ଷା ଆଦର୍ଶ ବିଦ୍ୟାଳୟ ନିଝୁମ ରାଣୀ ପଣ୍ଡିତ,ବିଇଓ ରଶ୍ମିତା ନେତମ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ଉତ୍ସବ ରେ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ ପ୍ରଦ ବାର୍ତ୍ତା ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ସ୍ୱାଗତ ଅଭିଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ସ୍କୁଲ ର କ୍ରୀଡା କ୍ଷେତ୍ରରେ ଜିଲ୍ଲା ଓ ରାଜ୍ୟରେ ଉଲ୍ଲେଖନୀୟ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ଅତିଥିମାନେ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ କୁ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ହେମନ୍ତ ମାଝୀସୁନିଲ ବିଶୋଇ, ଦେବାଶିଷ ସାହୁ,ତୁଳସିରାମ ଚଳାନ, ଅମିତ ମହାନ୍ତି,ଶିକ୍ଷୟିତ୍ରୀ ବନିତା ରାଣି ଦତ୍ତ, ସୀମାରାଣୀ ସିଂ,ରଶ୍ମିତା ନିଆଳ ପ୍ରମୁଖ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ, ପିଲାଙ୍କ ଅଭିଭାବକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ