Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା ମହାବିଦ୍ୟାଳୟର ଦ୍ୱିଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ ରେ ଦ୍ୱିଦିବସୀୟ କ୍ରୀଡା ପ୍ରତିଯୋଗିତା ଗତକାଲି ଉଦଯାପିତ ହୋଇ ଯାଇଛି।ଏହି କ୍ରୀଡା ପ୍ରତିଯୋଗିତା ପ୍ରଥମ ଦିବସ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ମଶାଲ ଜଳାଇ କ୍ରୀଡାର ମହତ୍ତ୍ଵ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।ମହାବିଦ୍ୟାଳୟର ଖେଳ ଶିକ୍ଷକ ରଞ୍ଜନ ମହାକୁଳ ପରିଚାଳନା କରିଥିଲେ। ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଦୀପ ପଟେଲ, ନାରାୟଣ ପ୍ରଧାନ ଓ ଦିପକ କିସାନ କ୍ରୀଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ପ୍ରଦୀପ ପଣ୍ଡା, ଓଡ଼ିଆ ଅଧ୍ୟାପିକା ଡଃ ତୃପ୍ତି ମିଶ୍ର, ଶିକ୍ଷା ଅଧ୍ୟାପିକା ଅରୁଣା ମିଶ୍ର, ରାଜନୀତି ବିଜ୍ଞାନ ଅଧ୍ୟାପକ ମନମୋହନ ଜୟବିକାଶ ବାଘ ଓ ସିଦ୍ଧାନ୍ତ ସାହୁ ପ୍ରମୁଖଙ୍କ ସମେତ ଯୁକ୍ତ ଦୁଇ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ସତ୍ୟ ନାରାୟଣ ପଟ୍ଟନାୟକ, ରାଜନୀତି ବିଜ୍ଞାନ ଅଧ୍ୟାପିକା ଅଙ୍କିତାରାଣୀ କର୍ଣ୍ଣ, ଇତିହାସ ଅଧ୍ୟାପକ ଭାବଗ୍ରାହୀ ବାର୍ଗେ ପ୍ରମୁଖ କ୍ରୀଡା ପ୍ରତିଯୋଗିତା ସୁଚାରୁରୂପେ ସମ୍ପାଦନା କରିବାରେ ସହାୟତା କରିଥିଲେ। ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଜମନକିରା ଡିଗ୍ରୀ ମହାବିଦ୍ୟାଳୟର ସଭାପତି ତେଜରାମ ପଟେଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ତାଙ୍କ ଉଦବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ, ଖେଳ ଶିକ୍ଷକ ଗଣ ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକାଗଣ ପୁରସ୍କାର ବିତରଣ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ଯୁକ୍ତ ଦୁଇ ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ ଛାତ୍ର ମଣ୍ଟୁ ନାଏକ, ପ୍ରଥମ ବର୍ଷ ଛାତ୍ରୀ ଲତିକା ଛତ୍ରିଆ ଏବଂ ଯୁକ୍ତ ତିନି ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ର ମନୀଷ ଧୁରୁଆ ଏବଂ ପ୍ରଥମ ବର୍ଷର ଛାତ୍ରୀ ମିତା ମହାକୁଳ ପ୍ରମୁଖ ବିଜେତା ହୋଇଥିଲେ।