Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏନଏଚଏଆଇ ଏବଂ ଠିକାଦାର ସଂସ୍ଥା କତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଘଟୁଛି ଅନେକ ଦୁର୍ଘଟଣା, ପ୍ରତିକାର ନହେଲେ ଆନ୍ଦୋଳନ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ବାଇପାସ୍ ରାସ୍ତା ଦଶଘରିଆ ସଂଲଗ୍ନ ରାସ୍ତା ଅବସ୍ଥା ବେହାଲ ଯୋଗୁଁ ଅନେକ ଦୁର୍ଘଟଣା ଘଟିଛି। ବାରମ୍ବାର ଏନେଇ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରତିକାର କରୁନଥିବା ନେଇ ପଡ଼ାବାସୀ ଅଭିଯୋଗ କରିଛନ୍ତି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟା ସମାଧାନ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଦୀର୍ଘ ୪ବର୍ଷ ରୁ ଉର୍ଦ୍ଧ ସମୟ ହେବ ବାଇପାସ୍ କାମ ସରିଯାଇଛି। ତେବେ ପୁରୁଣା ରାସ୍ତା ଟି ନୂଆ ରାସ୍ତାରେ ସଂଲଗ୍ନ ହୋଇଥବା ସ୍ଥାନରେ ଅନେକ ସମସ୍ୟା ଦେଖା ଦେଉଛି। ବାଇପାସ ଛକ ଏବଂ ଉଭୟ ପୁରୁଣା ଓ ନୂଆ ରାସ୍ତାର ସମ୍ପୂର୍ଣ କାମ ହୋଇ ପାରିନାହିଁ। ଯାହା ଫଳରେ ଜନସାଧାରଣ ବହୁତ ଅସୁବିଧା ଭୋଗୁଛନ୍ତି। ଏଠି ବାରମ୍ବାର ଦୁର୍ଘଟଣା ଘଟୁଛି। ଜଣେ ପୂର୍ବତନ ଯବାନଙ୍କ ମଧ୍ୟ୍ୟ ଦୁର୍ଘଟଣାରେ ମୃତୁ ହୋଇ ଥିବା ନଜିର ରଅଛି। ଏହି ଛକ ମାନଙ୍କରେ ଷ୍ଟ୍ରିଟ ଲାଇଟ ଲାଗିବା କଥା କିନ୍ତୁ ଦୁଃଖର ବିଷୟ ଜମନକିରା ରୁ ତିଳେଇବଣି ପର୍ଯ୍ୟନ୍ତ କାମକୁ ନେଇ ଥିବା ଠିକା ସଂସ୍ଥା ସହିତ ଏନଏଚଏଆଇ କର୍ତ୍ତୃପକ୍ଷ ମଧୁଚନ୍ଦ୍ରକା ଯୋଗୁଁ ଚରମ ଅବହେଳା ଦେଖିବାକୁ ମିଳୁଛି। ରାସ୍ତା କଡ଼ରେ ଲାଇଟ ଖମ୍ବ ଏବଂ ଏହାର ଅଂଶ ଗୁଡ଼ିକ ଏନେତେଣେ ପଡ଼ି ଖରାପ ହେବାକୁ ବସିଲାଣି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ସମସ୍ୟା କୁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଶୀଘ୍ର କାମକୁ ନକଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରବେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ଏସଂକ୍ରାନ୍ତରେ ସମ୍ବଲପୁର ଏନଏଚଏଆଇ ପିଡି ପି. ଏନ. ସାହୁଙ୍କୁ ଫୋନ ନ.8130006083 ନମ୍ବରରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ ନଉଠେଇବାରୁ ତାଙ୍କ ମତାମତ ନିଆଯାଇ ପାରିନଥିଲା।