Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ବନ୍ଧୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ଜମନକିରା :ସମ୍ବଲପୁର ଜିଲ୍ଲା ଜମନକିରା
ବ୍ଲକ ସ୍ତରୀୟ ପାଚିକା – ସହାୟିକା ନିମନ୍ତେ ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ବନ୍ଧୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଗତକାଲି ସମାପନ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅନ୍ତର୍ଗତ ଷଣ୍ଢପଥର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ,ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଭୋଜପୂର,ଏସ ଏସ ଡି ଉଚ୍ଚ ବିଦ୍ୟାଲୟ କନ୍ୟାଶ୍ରମ ଫଶିମାଳ, ଚିନିମହୁଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଏହି ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଦିନିଆ ଶିବିରରେ ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ବ୍ୟକ୍ତିଗତ ପରିଚ୍ଛନ୍ନତା, ବିଦ୍ୟାଳୟ ପରିସର, ଫୁଲ ଓ ଫଳ ଗଛର ରକ୍ଷଣା ବେକ୍ଷଣ, ଖାଦ୍ୟ ଖସଡ଼ା ଦ୍ଵାରା ଅନୁପଯୁକ୍ତ ଜିନିଷ କୁ ବାହାର କରିବା, ଫିର୍ଟି ଫାଏଡ଼ ଚାଉଳ କୁ ନଷ୍ଟ ନକରି ବ୍ୟବହାର ଉପଯୋଗୀ କରିବା ଆଦି ବିଷୟରେ ଟ୍ରେନର ମାନେ ଅବଗତ କରାଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ମଧ୍ୟାହ୍ନ ଭୋଜନ ସଂଯୋଜିକ ବୀଣାପାଣି ବେହେରା ପରିଚାଳନା କରିଥିଲେ। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ, ଅତିରିକ୍ତ ଶିକ୍ଷା ଅଧିକାରୀ ଦେବକୀ ନାଏକ, କୋଆଗୋଲା ସ୍କୁଲ ପ୍ରଧାନ ଶିକ୍ଷକ ବିନୋଦ ଅର୍କ, ସିଆରସିଶି ଦେବାନନ୍ଦ ନାଏକ, ସତ୍ୟଜିତ ପଟେଲ, ଆନନ୍ଦ ଚନ୍ଦ୍ର ସାହୁ, ଗୋପାଳଜି ନାଏକ, ସୁଧାଂଶୁ ଶେଖର ନାଏକ, ବିରଞ୍ଚି ନାରାୟଣ ସୁଜଲ୍ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ମାଷ୍ଟର ଟ୍ରେନର ଭାବେ ମୁକ୍ତା ସେଠୀ, ସୁନୀତା ଭୋଇ ଏବଂ ଉମାକାନ୍ତି ପଟେଲ ପ୍ରମୁଖ ଟ୍ରେନିଙ୍ଗ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories