Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଜମନକିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଆତ୍ମରକ୍ଷା ତାଲିମ ଶିବିର ଉଦଘାଟନ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଅଧ୍ୟକ୍ଷତା କରୁଥିବା ବେଳେ। ଏସ.ଡି.ଟି.ପି ଭାରପ୍ରାପ୍ତ ଅଧିକାରୀ ରଂଜନ କୁମାର ମହାକୁଳ ଝିଅମାନଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମାଷ୍ଟର ଟ୍ରେନର ଉପାସୀ ନାୟକ ଯୁକ୍ତ ଦୁଇ ପ୍ରଥମ ବର୍ଷର ୧୩୯ ଜଣ ଛାତ୍ରୀଙ୍କୁ ଏହି ତାଲିମ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଅଙ୍କିତା ରାଣୀ କର୍ଣ୍ଣ, ଇତିହାସ ଅଧ୍ୟାପକ ଭାବଗ୍ରାହୀ ବାର୍ଗେ, ଓଡ଼ିଆ ଅଧ୍ୟାପିକା ମନୀଷା ପରିଡା ଏବଂ ଅର୍ଥନୀତି ଅଧ୍ୟାପିକା ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ। ଏହି ଶିବିର ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।