Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଆହତ

ଜମନକିରା : ଜମନକିରା ଥାନା ସଦର ମହକୁମା ସ୍ଥିତ ଭୋଜପୂର୍ – ଜମନକିରା ରାସ୍ତାରେ ଆଜି ଅପରାହ୍ନ ସାଢେ଼ ୧ ଟା ସମୟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ସୌଦାଗର ଭଇଁସା( ୨୫) ର ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଦୀପକ ସୁନାନି (୨୪) ଆହତ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୌଦାଗର କୁ ଉଦ୍ଧାର କରିବା ସହ କୁଚିଣ୍ଡା ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତରିତ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆହତ ଦୀପକ କୁ ସେହି ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏନେଇ ଜମନକିରା ଥାନା କେସ ନ.୨/୨୫ ରେ ଏକ ମାମଲା ରୁଜୁ କରିଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ସୌଦାଗର ଓ ଦୀପକ ଉଭୟ ଭୋଜି କରି ଟାଙ୍ଗରମାଲ ରୁ ଜମନକିରା ଅଭିମୁଖେ ଆସୁଥିବା ବେଳେ ଭୋକପୁର – ଜମନକିରା ରାସ୍ତା କିସାନ ପଡ଼ା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ମୃତ ସୌଦାଗର ଘର ଜମନକିରା ପଞ୍ଚାୟତ ଖଇରଡିହି ଗାଁ ହୋଇଥିବା ବେଳେ ଦୀପକ ର ଘର ଟାଙ୍ଗରମାଲ ବୋଲି ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories