ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ଚାଲିଥିବା ତୃତୀୟ ଆଂଚଳିକ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଥିଲା ଷଷ୍ଠ ଦିବସ I ସନ୍ଧ୍ୟାରେ ମଥୁରା ନଗରୀ ରୁ ବିରାଟ ଶୋଭାଯାତ୍ରାରେ ମହାରାଜ କଂସାସୁର ରାଜ ଦରବାରରେ ପହଁଚି ଶିବ ସ୍ତୋତ୍ର ପାଠ କରିଥିଲେ l ତା ପରେ ପରିବେଷଣ ହୋଇଥିଲା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଲୀଳା ନାଟକ l ନାଟ୍ୟlଭି କ୍ରମରେ କାଳୀୟଦଳନ , ନାରଦ ଙ୍କ ପରାମର୍ଶ କ୍ରମେ କଂସ ର ମହାଦେବ ଙ୍କୁ ତପସ୍ୟା ଓ ରୁଦ୍ରଶୂଳ ପ୍ରାପ୍ତି ଆଦି ଅଭିନୀତ ହୋଇ ଶେଷରେ ଧନୁଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ ନାରଦମୁନି l ପରେ ଅକୃର ଙ୍କୁ ଗୋପପୁର ପ୍ରେରଣ ଆଦି ମଞ୍ଚସ୍ଥ ହୋଇଥିଲା I ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭିନ୍ନ ଲୋକନୃତ୍ଯ ପରିବେଷଣ ହୋଇଥିଲା I ରାଜ ଅତିଥିଭାବେ କଂସ ଦରବାରରେ ସ୍ଥାନୀୟ ବିଧାୟକ ଇଂ. ରଘୁନାଥ ଜଗଦଲl , କୋଶଳ ନେତା ପ୍ରମୋଦ କୁମାର ମିଶ୍ର , ରମଣୀ ଦନ୍ତl ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l