Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଷ୍ଠୀ ପରିଚାଳିତ ଜଳ ଏବଂ ସ୍ୱଚ୍ଛ ଭାରତ ମିଶନ ନେଇ ଏକ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଜମନକିରା :ଜମନକିରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ଗୋଷ୍ଠୀ ପରିଚାଳିତ ଜଳ ଜୀବନ ଏବଂ ସ୍ୱଚ୍ଛ ଭାରତ ମିଶନ ନେଇ ଏକ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧ୍ୟକ୍ଷତା କରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯାଇ ପାରିବ ସେ ଦିଗରେ ଉପସ୍ଥିତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କୁ ବୁଝାଇଥିଲେ। ପ୍ରଶିକ୍ଷକ ଭାବେ ଜିଲ୍ଲା ପରିମଳ ସଂଯୋଜକ ବିଦ୍ୟୁତ ନାଗ, ସଂଯୋଜକ ପ୍ରମୋଦ ଏକା ଏବଂ ଜିଲ୍ଲା ଇଉନିସିଫ ସଂଯୋଜକ ଘନଶ୍ୟାମ ପଣ୍ଡା ପ୍ରୋଜେକ୍ଟରେ ମାଧ୍ୟମରେ ବୁଝେଇବା ସହ ପ୍ରଶିକ୍ଷଣ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟତଃ ପ୍ରତି ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରାଯାଇ ପାନୀୟ ଜଳ କୁ କିପରି ସୁଚାରୁ ରୂପେ ପରିଚାଳନା କରାଯିବ ସେନେଇ ବୁଝାଯାଇଥିଲ। ଗ୍ରାମ ଗୁଡିକରେ ମଇଳା ଆବର୍ଜନା, ବର୍ଜ୍ୟ ବସ୍ତୁ କିପରି ସୁପରିଚାଳନା କରାଯିବା, ଗ୍ରାମ କୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ ସେନେଇ ଯୋଜନା ପ୍ରସ୍ତୁତ କରିବା, ପାଣି ଚୋରି ରୋକିବା, ଦୂଷିତ ପାଣି କୁ ଶୋକପିଟ କରି ପରିଛନ ରଖିବା, ପାଣି ଯେପରି ଦୂଷିତ ନହେବ ସେଥିପ୍ରତି ଯତ୍ନଶୀଳ ହେବା, ପାଣି ସ୍ଵସ୍ଥ୍ୟପ୍ରତି ଉପଯୋଗୀ କି ଅନୁପଯୋଗୀ ତାହା ଫିଲ୍ଡ ଟେଷ୍ଟ କୀଟ ଦ୍ଵାରା ଅଭିଜ୍ଞ ଙ୍କ ଦ୍ଵାରା ପରୀକ୍ଷଣ କରେଇବା ଆଦି ବିଷୟରେ ପ୍ରଶିକ୍ଷକ ମାନେ ପ୍ରଶିକ୍ଷିତ କରେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶାଲିନି ସିଂ, ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ରଞ୍ଜନ ଚୌଧୁରୀ, ସହକାରୀ ଯନ୍ତ୍ରୀ ଜ୍ଞାନସ୍ୱରୁପା ବାଡା, ଜିପିଡ଼ିଓ ଅଜୟ ଖାଡ଼ିଆ, ଏପିଓ ମନୋଜ ଭୋଇ, ଓଡ଼ିଶା ଜୀବିକା ମିଶନ ଭାରାପ୍ରାପ୍ତ ବିପିଏମ୍ ସରୋଜ କୁମାର ମିଶ୍ର ପ୍ରମୁଖଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories