ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ରାଜନଗର ବଡଦେଓ ପୀଠରେ ଆଜି ବାର୍ଷିକ ବଡଦେଓ ପୂଜା ମହୋତ୍ସବ ଉଦଯାପିତ ହୋଇଯାଛି l ଏହି ଉତ୍ସବ ୩ଦିନ ଧରି ଚାଲିଥିବା ବେଳେ ପ୍ରଥମ ଦିନରେ ଗୋଣ୍ଡ ସମାଜର ଇଷ୍ଟ ଦେବତା ଜଙ୍ଗ ଲିଙ୍ଗା ତଥା ବଡଦେଓଙ୍କୁ ବରଣ କରାଯାଇଥିଲା । ଦ୍ଵିତୀୟ ଦିନ ଗ୍ରାମ ପରିକ୍ରମା କରି ଗାଁ ର ସମସ୍ତ ପରିବାର ବନ୍ଦାପନା କରି ମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଥିଲେ । ଆଜି ଉଦଯାପନୀ ଉତ୍ସବରେ ଉଲୁଣ୍ଡା ବ୍ଲକ ଗୋଣ୍ଡ ସମାଜ ସଭାପତି ନନ୍ଦନ ବାରିକଙ୍କ ସଭାପତିତ୍ବରେ ସାଂସଦ ପ୍ରତିନିଧି ରାଧାକାନ୍ତ ମହାକୁର , ସମ୍ମାନିତ ଅତିଥି କାର୍ଯକାରୀ ସଭାପତି ଜିଲ୍ଲା ଆଦିବାସୀ ସଂଘ ଗୁପ୍ତେଶ୍ୱର ମଲ୍ଲିକ , ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଲମ୍ବୋଦର ଧରୁଆ , ତରଭା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭଳଭଦ୍ର କହଁର , ବୀରମହାରାଜପୁର ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗିନ୍ଦ୍ର ମିର୍ଦ୍ଧା , ଆଦିବାସୀ କଲ୍ୟାଣ ସଂଘ ସୁବର୍ଣ୍ଣପୁର ବ୍ଲକ ସଭାପତି ସାଧବ କହଁର , ଗୋଣ୍ଡ ସମାଜ ସୁବର୍ଣ୍ଣପୁର ସଭାପତି ବିରାଜ ଭୋଇ , ଗଦିଦାର କୁହଁର , ବିରମହରାଜପୁର ବ୍ଲକ ସମ୍ପାଦକ ପ୍ରମୋଦ ଭୋଇ , ଆଦିବାସୀ କଲ୍ୟାଣ ସଂଘ ତରଭା ସମ୍ପାଦକ କାପୁର୍ଚନ ଭୋଇ , ଆଦିବାସୀ ସଂଘ ଉଲୁଣ୍ଡା ସମ୍ପାଦକ ବରୁଣ ଭୋଇ ପ୍ରମୂଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ପରେ ଏ ଅଂଚଳର କୁନିକୁନି କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ପ୍ରଂଶସା ପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା l ଏହି ମହୋତ୍ସବ ୮ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି । ଷଡବଂଶୀ ଗୋଣ୍ଡ ସମାଜ ମହାସଭା ସହ ଏହି ସମାଜର ଇତିହାସ , ଉଦ୍ଦେଶ୍ୟ , ଲକ୍ଷ୍ୟ , ସମାଜର ବିକାଶ ଉନ୍ନତି ଉପରେ ଆଲୋଚନା କରାଯାଇଥିଲା ।ଏଥିରେ ମକୁନ୍ଦ ଧରୁଆ ମଞ୍ଚ ପରିଚାଳନା କରିଥିବା ବେଳେ କୃଷ୍ଣଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ମୁନା , ତହସିଲ , ମଧୁ , ରିଙ୍କୁ ପ୍ରମୁଖ ସହଯୋଗ କରିଥିଲେ।