Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣ୍ଡୁରୂଚୁଆ ମଣ୍ଡଳ ସ୍ତରୀୟ ବିଜେପି ର ମିଶ୍ରଣ ପର୍ବ

ଜମନକିରା : ଜମନକିରା ବ୍ଲକରେ ଭାଜପା ର ଜମନକିରା ଏବଂ ଗୁଣ୍ଡୁରୂଚୁଆ ଦୁଇଟି ମଣ୍ଡଳ କମିଟି ରହିଛି। ଆଜି ଏହି ପରିପ୍ରେକ୍ଷୀରେ ଗୁଣ୍ଡୁରୂଚୁଆ ମଣ୍ଡଳ ସ୍ତରୀୟ ଏକ ମିଶ୍ରଣ ପର୍ବ କଟଙ୍ଗପାଣି ଖେଳ ପଡିଆ ଠାରେ ସଭାପତି ଦୁଷ୍ମନ୍ତ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଶିଲ କୁମାର କର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସଭ୍ୟ ନୃପଲାଲ ପଲେଇ, ସାଂସଦ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଉପ ସଭାପତି ବିରେନ୍ଦ୍ର ଚୌଧୁରୀ, ସରପଞ୍ଚ ମନୋଜ କୁମାର ମାଝୀ, ପୂର୍ବତନ ଜମନକିରା ମଣ୍ଡଳ ସଭାପତି ଅମୋଘ ବୈରିଗଞ୍ଜନ ପାଣିଗ୍ରାହୀ, ସମିତି ସଭ୍ୟ ସନାତନ ବାଘ, ପଵନ ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ନୂତନ ଭାବେ ସଭ୍ୟ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ମଣ୍ଡଳ ସ୍ତରୀୟ ନୂତନ ସଭାପତି ଭାବେ ମନୋଜ କୁମାର ମାଝୀ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ନୂତନ ଭାବେ ଦାୟିତ୍ଵ ନେଇଥିବା ଶ୍ରୀ ମାଝୀ ଆସନ୍ତା ଦିନରେ ଯେପରି ତୃଣ ମୂଳ ସ୍ତରରୁ କମିଟି ଗଠନ କରାଯାଇ ଯେପରି ୧୧ ଟା ପଞ୍ଚାୟତ ତ୍ରିସ୍ତରୀୟ ନିର୍ବାଚନରେ ଜୟଯୁକ୍ତ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରାଯିବ ବୋଲି ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜମନକିରା ବ୍ଲକ ୧୧ ଟି ପଞ୍ଚାୟତ ରୁ କର୍ମୀ ମାନେ ଯୋଗ ଦେଇଥିଲେ। ଶେଷରେ ପବନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories