Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ସର୍ଡା ସ୍କୁଲ ପରିଦର୍ଶନ ଅବ୍ୟବସ୍ଥା ସୁଧାରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ତାଗିଦ

ଜମନକିରା : ସମ୍ବଲପୁର ଜିଲ୍ଲା ବଡରମା ବନ୍ୟପ୍ରାଣୀ ବନାଞ୍ଚଳ ଅଭୟାରଣ୍ୟ ଜମନକିରା ବ୍ଲକ ମଧ୍ୟରେ ଅବସ୍ଥିତ ସର୍ଡା ସ୍କୁଲ, ହଷ୍ଟେଲ ଏବଂ ପଞ୍ଚାୟତ କୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବାଲିରାମ୍ ବଣ୍ଡାର ଆଜି ଗସ୍ତ କରି ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ। ସ୍କୁଲରେ ଚାଲିଥିବା ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲାପାଳ ଆଜି ସ୍ଵତନ୍ତ୍ର ପରିଦର୍ଶନ ଯାଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଆଗକୁ ଯେଭଳି ଅବ୍ୟବସ୍ଥା ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ତାଗିଦ କରିଥିଲେ। ଏଥିସହ ସର୍ଡାର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ କିଛି ବ୍ୟବସ୍ଥା କରାଯିବ ବୋଲି ଲୋକଙ୍କୁ କହିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଲ ଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ, ଗୋଷ୍ଠୀ ସମାଜ ମଙ୍ଗଳ ଅଧିକାରୀ ଅଶର୍ଯ୍ୟ ନାୟକ ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ