Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ; ଆଜିଠୁ ଟିକେଟ୍‌ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଉଡିବ ଫ୍ଲାଇଟ୍ । ଆଜିଠୁ ଆରମ୍ଭ ହେବ ଟିକେଟ୍‌ ବୁକିଂ। ଭୁବନେଶ୍ବରରୁ ସିଙ୍ଗାପୁର କିମ୍ବା ବ୍ୟାଙ୍କକ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ଲାଗି ଏହା ନିଶ୍ଚିତ ରୂପେ ଖୁସି ଖବର। ଜୁନ ୩ରୁ ସପ୍ତାହକୁ ଦୁଇଥର ଉଡିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିକେଟ୍ ବୁକିଂ ସେବାର ଶୁଭାରମ୍ଭ କରିବେ । ଯିବା ଆସିବା ପାଇଁ ଟିକେଟ୍ ମୂଲ୍ୟ ୧୫ହଜାର ରହିଛି ।  ସକାଳ ୬ଟା ୨୫ରେ ଭୁବନେଶ୍ବରରୁ ସିଙ୍ଗାପୁରକୁ ଉଡାଣ ଭରିବ ଏବଂ ସେଠାରେ ୧.୦୫ରେ ପହଞ୍ଚିବ । ସେହିପରି ସିଙ୍ଗାପୁରରୁ ୨ଟା୧୦ରେ ବାହାରି ୩ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ ।

ପୁଣି ଭୁବନେଶ୍ବରରୁ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ। ଏହି ଫ୍ଲାଇଟ୍ ଉଡ଼ିଲେ ପର୍ଯ୍ୟଟନ, ନିଯୁକ୍ତି ଓ ନିବେଶ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର । ସେହିପରି ୧୫ ମେ’ରୁ ଦୁବାଇକୁ ଉଡାଣ ଭରିବ ବିମାନ ।