Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ରେ ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ; ହେବ ନବୀନ- ନୀତିଶଙ୍କ ଭେଟଘାଟ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆସନ୍ତା ୫ରେ ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ମୁଖ୍ୟ ନୀତୀଶ କୁମାରଙ୍କ ସହ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟଘାଟ। ରିପୋର୍ଟ ଅନୁଯାୟୀ ଏହାକୁ ବିଜେପି ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛି।

ଚଳିତ ବର୍ଷ ଏପ୍ରିଲରେ ଦିଲ୍ଲୀରେ ବିଶିଷ୍ଟ ବିରୋଧୀଦଳର ନେତାଙ୍କୁ ଭେଟିବା ପରେ ନୀତିଶ କୁମାର ଘୋଷଣା କରିଥିଲେ ଯେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ସେ ସାରା ଦେଶ ଭ୍ରମଣ କରିବେ। ୨୦୨୩ ହକି ବିଶ୍ୱକପ ପାଇଁ ନବୀନ ନୀତୀଶଙ୍କୁ ଓଡିଶାକୁ ନିମନ୍ତ୍ରଣ ମଧ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ