Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ପାଇଁ ନାହିଁ ବାତ୍ୟା ସତର୍କ ସୂଚନା; ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ଆଗକୁ ବାତ୍ୟା ଆଶଙ୍କା ଥିବାରୁ ରାଜ୍ୟ ସରକାର ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆଜି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବାତ୍ୟାର ଗତି କେଉଁ ଆଡକୁ ରହିବ ଏବଂ ଏହାର ତୀବ୍ରତା କେତେ ରହିବ ତାର ଆକଳନ ହୋଇନି। ୭ ରେ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ।

ଭାରତୀୟ ପାଣିପାଗ ବିଭାଗ କହିଛି ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ୭ରେ ଲଘୁଚାପର ରୂପ ନେବ। ଲଘୁଚାପ ୮ରେ ଅବପାତର ରୂପ ନେଇପାରେ। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ। ଓଡ଼ିଶା ଉପକୂଳ ପାଇଁ ମଧ୍ୟ କୌଣସି ସତର୍କ ସୂଚନା ଜାରି କରାଯାଇନି। ଲୋକମାନଙ୍କୁ ଏଥିପାଇଁ ଭୟଭୀତ ନହେବାକୁ କହିଛନି ଆଇଏମ୍‌ଡି ଡିଜି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରୀଷ୍ମକାଳୀନ ଘୂର୍ଣ୍ଣିବଳୟର ଗତିପଥର ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ