Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ମହାବିଦ୍ୟାଳୟର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଜମନକିରା : ଜମନକିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଆଠଦିନ ଧରି ଚାଲି ରହିଥିବା ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜମନକିରା ଥାନାର ସବ୍ ଇନ୍ସପେକ୍ଟର ମନୋରଞ୍ଜନ ଦାଶଙ୍କ ସମେତ ସେଲ୍ଫ ଡିଫେନ୍ସ ଟ୍ରେନିଙ୍ଗ ପ୍ରୋଗ୍ରାମର ଭାରପ୍ରାପ୍ତ ଅଧିକାରୀ ରଂଜନ କୁମାର ମହାକୁଳ, ମାଷ୍ଟର ଟ୍ରେନର ଉପାସୀ ନାୟକ, ରାଜନୀତି ବିଜ୍ଞାନ ଅଧ୍ୟାପିକା ଅଙ୍କିତାରାଣୀ କର୍ଣ୍ଣ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତୃପ୍ତିମୟୀ ମଲିକ, ଗଣିତ ଅଧ୍ୟାପକ ସତ୍ୟ ନାରାୟଣ ପଟ୍ଟନାୟକ, ରିଟେଲ ପ୍ରଶିକ୍ଷକ ସମରେନ୍ଦ୍ର ବୈଦ୍ୟ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟଅତିଥି ତାଙ୍କ ଉଦବୋଧନରେ ଏହି ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ କିପରି କାର୍ଯ୍ୟରେ ଲାଗିବ, ସେ ବିଷୟରେ ଆଲୋକପାତ କରିଥିଲେ। ଭାରପ୍ରାପ୍ତ ଅଧିକାରୀ କିପରି ଏହି ତାଲିମ କାର୍ଯ୍ୟକ୍ରମ କଳୁଷିତ ସମାଜରେ ଆତ୍ମରକ୍ଷା ପାଇଁ ନିଶ୍ଚିତ ଭାବରେ ମନୋବଳ ଯୋଗାଇବ ବୋଲି ଉଦବୋଧନ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories