ବୀରମହାରାଜପୁର ବାଳକ ହାଇସ୍କୁଲ ର ଛାତ୍ର ମାନେ ଶୈକ୍ଷିକ ପରିଭ୍ରମଣ ରେ ଗଲେ ସୋନପୁର ITI


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ର ଛାତ୍ର ମାନେ ସୋନପୁର ITI କୁ ଗଲେ ଶୈକ୍ଷିକ ପରିଭ୍ରମଣ ରେ l ଆଜି ବିଦ୍ୟାଳୟ ର ସୂଚନା ଓ ପ୍ରଦୋୖଗିକି (IT)ବିଭାଗ ଛାତ୍ର ମାନେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଓ ପଞ୍ଚାନନ ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧlନରେ ଶୈକ୍ଷିକ ପରିଭ୍ରମଣରେ ଯାଇଥିଲେ l ସେଠାରେ କମ୍ପୁଟର କକ୍ଷ , ଅଟୋମୋଟିଭ , ଇଲେକ୍ଟ୍ରିକାଲ , ମେକାନିକାଲ ଓ ଫିଟର ଆଦି କର୍ମଶାଳା ଗୁଡିକ ପରିଭ୍ରମଣ କରିବା ସହ କର୍ମଶାଳା ରେ ନିଜେ କରି ଶିଖିବାର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ l ଅନୁଷ୍ଠାନର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀ ମାନେ ପିଲାମାନଙ୍କୁ ଶିଖିବାରେ ସହଯୋଗ କରିଥିଲେ l