Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଲସଦା ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ନିମନ୍ତେ ଆଞ୍ଚଳିକ ବୈଠକ

ଝାରସୁଗୁଡ଼ା ୨୦/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର,ମାଁ ବୁଢ଼ୀ ପାଟମେଶ୍ୱରୀ ମନ୍ଦିର ଏବଂ ଶ୍ରୀ ସୋହମ ସ୍ୱାମୀଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍ଵ ସାଧାରଣ ସୁବିଧା କେନ୍ଦ୍ରରେ ଭିକମପାଲି ଠାରୁ ଜାମଗାଁ ପର୍ଯ୍ୟନ୍ତ ୭ ଟି ପଞ୍ଚାୟତ ବାସୀଙ୍କୁ ନେଇ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ଦୟାକର ପଧାନ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ ।
ସର୍ବ ପ୍ରଥମେ ମନ୍ଦିର ପ୍ରତିଷ୍ଠା ପରିଚାଳନା କମିଟିର ସଭାପତି ଖୁସିରାମ ଭୋଇ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଜ୍ଞାପନ କରିଥିବା ବେଳେ ସମ୍ପାଦକ ସମ୍ରାଟ ମେହେର ବ୍ୟୟ ଅଟକଳ ବଜେଟ ଉପସ୍ଥାପନ କରିଥିଲେ । ଏହା ପରେ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଅଞ୍ଚଳବାସୀଙ୍କ ସହଯୋଗରେ କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା ।
ବୈଠକରେ ଉପସ୍ଥିତ ୭ ଟି ପଞ୍ଚାୟତ ସହିତ ପଡ଼ୋଶୀ ସୁନ୍ଦରଗଡ ଜୁଲୁମ ବାହାଲ ପଞ୍ଚାୟତ ବାସୀଙ୍କ ମଧ୍ୟରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରା ଯାଇଥିଲା । ସେଥିମଧ୍ୟରୁ ଅନ୍ନ ପ୍ରସାଦ ପ୍ରସ୍ତୁତି ନିମନ୍ତେ ୨,୩, ୪ ଓ ୫ ତାରିଖ ସକାଳ ବେଳା ପଞ୍ଚଗାଁ, ଭିକମପାଲି,କତରବଗା ଓ ପଲସଦା ପଞ୍ଚାୟତ ବାସୀ ଏବଂ ଅତାବିରା,ମଚିଦା, ଜାମଗାଁ ଏବଂ ଜୁଲୁମ ବାହାଲ ପଞ୍ଚାୟତ ବାସୀଙ୍କୁ ଓପର ଓଲି ଅନ୍ନ ପ୍ରସାଦ ପ୍ରସ୍ତୁତି ପାଇଁ ସର୍ବ ସମ୍ମତି କ୍ରମେ ଦାୟିତ୍ୱ ନ୍ୟସ୍ତ କରା ଯାଇଛି । ଏହା ସହିତ ନବ ଗଠିତ ଅନ୍ବ ପ୍ରସାଦ ତଦାରଖ କମିଟିର ସଭାପତି ଭାବେ ଦୟାକର ପଧାନ ଙ୍କ ସହିତ ଦୁଃଖୀ ଶ୍ୟାମ ପଟ୍ଟନାୟକ, ରତ୍ନାକର ଖମାରୀଙ୍କୁ ମନୋନୀତ କରା ଯାଇଥିଲା । ସେହିଭଳି ଆତିଥ୍ୟ ଚର୍ଚ୍ଚା ପାଇଁ ୭ ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷା ରହିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ମହିମା ସାଂସ୍କୃତିକ କଳା ପରିଷଦ ସହ ଅଞ୍ଚଳର ବିଶିଷ୍ଟ କଳାକାର ମାନଙ୍କ ଉପରେ ନ୍ୟସ୍ତ କରା ଯାଇଛି ଏବଂ ପଲସଦା ପଞ୍ଚାୟତ ର ଯୁବଗୋଷ୍ଠୀଙ୍କୁ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ଦିଆ ଯାଇଥିବା ସଭାର ସଭାପତି ଶ୍ରୀ ପଧାନ ସୂଚନା ଦେଇଛନ୍ତି । ଆଜିର ବୈଠକରେ ଭିକମପାଲି, ଅତାବିରା, ପଞ୍ଚଗାଁ, ପଲସଦା,ମଚିଦା,କତରବଗା,ଜାମଗାଁ ତଥା ପଡୋଶୀ ସୁନ୍ଦରଗଡ ଜିଲ୍ଲା ଜୁଲୁମ ବାହାଲ ପଞ୍ଚାୟତ ର ଜନ ସାଧାରଣ ଏବଂ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

More Stories