Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକା କୁ ଶାରୀରିକ ସମ୍ପର୍କ, ୩ ମାସର ଗର୍ଭବତୀ; ଅଭିଯୁକ୍ତ କୁ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ଜାମୁମାଳ ଗାଁର ଜୈନେକ ନାବାଳିକା ଝିଅ କୁ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ୩ ମାସ ର ଗର୍ଭବତୀ କରିଥିବା ଅଭିଯୋଗରେ ଆଜି ଜମନକିରା ପୋଲିସ ସଂପୃକ୍ତ ଅଭିଯୁକ୍ତ କୁଚିଣ୍ଡା ଥାନା ସିଙ୍କଲପୋଷି ଗାଁର ଚିକୁନ ଖରସେଲ (୨୨) କୁ ଆଜି ପୋଲିସ ଗିରଫ କରି ସମ୍ବଲପୁର ପୋସ୍କୋ କୋର୍ଟ କୁ ଚାଲାଣ କରିଛି। ଏନେଇ ଜମନକିରା ଥାନା କେସ ନ . ୩/୨୫ ରେ ଏକ ମାମଲା ରୁଜୁ କରିଛି।ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗ କୋର୍ଟ ହାଜତ କୁ ପଠେଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସ ର ସୂଚନା ଅନୁଯାଇ, କୁଚିଣ୍ଡା ଥାନା ଶୀଙ୍କଲପୋଷି ଗାଁର ଚିକୁନ୍ ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ଜାମୁମାଲ ଗାଁରେ କିଛି ବର୍ଷ ହେବ ତାର ମା” ସହ ରହି ଆସୁଛି। କିଛି ମାସ ହେବ ସେହି ଯାମୁମାଲ ଗାଁର ଜୈନେକ୍ ନାବାଳିକା ସହ ଚିକୁନ ବିଭାଗ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲା। ନାବାଳିକା ଜଣକ ୩ ମାସର ଗର୍ଭବତୀ ହେବା ପରେ ପରିବାର ଲୋକ ଜାଣି ପାରିଥିଲେ। ଏହାପରେ ଚିକୁନ କୁ ବାହା ହେବା ପାଇଁ କହିଥିଲେ। କିନ୍ତୁ ପ୍ରସ୍ତାବରେ ରାଜି ନହେବାରୁ ଝିଅର ପରିବାର ଲୋକେ ଜମନକିରା ଥାନାରେ ଗତ ଜାନୁଆରୀ ୬ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ଚିକୁନ କୁ ଗିରଫ କରିବାକୁ ଗାଁରେ ଚଢାଉ କରିଥିଲା। କିନ୍ତୁ ଚିକୁନ ଫେରାର ମାରିଥିଲା। ଆଜି ଅଭିଯୁକ୍ତ କୁ ପୋଲିସ ଗିରଫ କରିବା ପାରେ ସମ୍ବଲପୁର ପୋସ୍କୋ କୋର୍ଟ କୁ ଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories