ମୁର୍ଷୁଣ୍ଢୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ଦଶମ ବାର୍ଷିକ ପରୀକ୍ଷା ପ୍ରସ୍ତୁତି ପାଇଁ ବୈଠକ


ବୀରମହାରାଜପୁର : (ସୌମିତ୍ରି ମେହେର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ପ୍ରସ୍ତୁତି ପାଇଁ ସହଜ ଉପାୟ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଆଲୋଚନା ସଭା ଅନୁଷ୍ଠିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳିଆ କର୍ମୀ ସଭାପତିତ୍ୱ କରି ସଭାର ଆଭିମୁଖ୍ୟ ସହିତ ସକାରାତ୍ମକ ଭାବନା ରଖିବା, ଉତ୍ତମ ସ୍ୱାସ୍ଥ୍ୟ ଓ ସମୟର ସଦୁପଯୋଗ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବରିଷ୍ଠା ଶିକ୍ଷୟିତ୍ରୀ ରଶ୍ମିତା ପଣ୍ଡା ସ୍ବାଗତ ବକ୍ତବ୍ୟ ରଖିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଚାପ ମୁକ୍ତ ଓ ଚିନ୍ତା ମୁକ୍ତ ହୋଇ ପରୀକ୍ଷା ପ୍ରସ୍ତୁତି କରିବା ପାଇଁ ମତ ରଖିଥିଲେ । ସହକାରୀ ଶିକ୍ଷକ ନୀଳାମ୍ବର ମେହେର ସଭା ପରିଚାଳନା ସହିତ ପରୀକ୍ଷା ରେ ଉତ୍ତମ ଫଳ ହାସଲ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଫେବୃୟାରୀରେ ହେବାକୁ ଥିବା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉତ୍ତମ ଫଳ ପ୍ରାପ୍ତି ନିମନ୍ତେ ରାଜ୍ୟ ସରକାର ଙ୍କ ଦ୍ଵାରା ନିଆଯାଇଥିବା ଏହି ପ୍ରୟାସରେ ସମସ୍ତ ଶିକ୍ଷକ ନିଜ ନିଜ ବିଷୟ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭା ପରିଶେଷରେ ଜଗନ୍ନାଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।