Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଅନୁଷ୍ଠିତ; ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢ଼ିଲେ ହିଁ ସଫଳତା ମିଳେ….ଉପ-ଜିଲ୍ଲାପାଳ ଗୌରବମୟ ପ୍ରଧାନ

ଜମନକିରା : ଜମନକିରା ବ୍ଲକ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ଉପ ଜିଲ୍ଲାପାଳ ଗୌରବମୟ ପ୍ରଧାନ ଯୋଗ ଦେଇ ଛାତ୍ରୀ ଛାତ୍ର ମାନଙ୍କୁ ଜୀବନରେ କିଭଳି ଓ କଣ କଲେ ସଫଳତା ମିଲି ପାରିବ ସେନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ସମ୍ବଲପୁର ଜିଲ୍ଲା ଡେପୁଟି ସେକ୍ରେଟାରୀ ମହେନ୍ଦ୍ର ବେହେରା ଯୋଗଦେଇ ଛାତ୍ରୀ ଛାତ୍ରଙ୍କୁ ମନରେ ଦୃଢ଼ତା ଏବଂ ସଂକଳ୍ପ ରଖି ଯେ କୌଣସି କାର୍ଯ୍ୟ କଲେ ସଫଳତା ମିଳିବ ନିଶ୍ଚୟ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇ ଶେଷ କିଷାନ ଭଳି ଜଣେ ଯୁବକ ଯିଏ କି, ଛୋଟ ବେଳରୁ ମା” ବାପା ଙ୍କୁ ହରେଇ ବହୁ କଷ୍ଟରେ ପାଠ ପଢ଼ି ଜର୍ମାନୀ ରେ ବୈଜ୍ଞାନିକ ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ। ଆଜି ସେଇ ଯୁବକ ନିଜ ଚେଷ୍ଟାରେ ନିଘଞ୍ଚ ଜଙ୍ଗଲରେ ରହୁଥିବା ଗରିବ ପରିବାର ର ପିଲା ମାନଙ୍କୁ ଶିକ୍ଷା ଦାନ କରି ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି ବୋଲି କହିଥିଲେ। ଅନ୍ୟ ସମ୍ମାନୀୟ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଳିନି ସିଂ, ଡିଡିଏ ରାଜେନ୍ଦ୍ର ଜଗତ, ସଦର ଏଡିଡବ୍ଲୁଇଓ ଟିକେଶ୍ୱର୍ ପ୍ରଧାନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଦିଲୀପ ଦାସ ପ୍ରମୁଖ ଯୋଗଦେଇ କାକ, ବକ, ସ୍ୱାନ ଆଦି ସଂସ୍କୃତ ଉଧୃତ କେତେକ ଗଳ୍ପର ଉଦାହରଣ ଦେଇ ଛାତ୍ରୀ ଛାତ୍ର ମାନେ ଏହାକୁ ଗ୍ରହଣ କରି ଲକ୍ଷ୍ୟ ସ୍ଥିର କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ ବୋଲି ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ସଭା କାର୍ଯ୍ୟକୁ ସହକାରୀ ବରିଷ୍ଠ ଅଧ୍ୟାପିକା ସମଲେଶ୍ଵରୀ ତନ୍ତୀ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ ଏବଂ ଅଧ୍ୟାପିକା ଉପମା ନାଏକ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସୁନୀତା ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ତୃପ୍ତି ପଟେଲ ଏବଂ ଅଧ୍ୟାପକ ରାକେଶ ପ୍ରଧାନ ପୁରସ୍କାର ବିତରଣି କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ। ସଭା କାର୍ଯ୍ୟକ୍ରମ ମଝିରେ ଜମି ଦାନ କରିଥିବା ୧୬ ଜଣଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା। ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥି ମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଦିତୀୟ ପର୍ଯ୍ୟାୟରେ କୁଚିଣ୍ଡା ଏଡିଡବ୍ଲୁଇଓ ଅନିଭା ନାଏକ ମୁଖ୍ୟଅତିଥି ଏବଂ ସମ୍ମାନୀୟ ଅତିଥି ଭାବେ ଡବ୍ଲୁଇଓ ଐଶର୍ଯ୍ଯ ନାୟକ ଯୋଗଦେଇ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ପରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories