Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡା ଘୋଷରାଗୋଡ଼ା ଠାରେ ଛାତ୍ରୁଛାତ୍ର ଙ୍କୁ ନେଇ ଶିଶୁ ମହୋତ୍ସବ

ଜମନକିରା : ଜମନକିରା ବ୍ଲକ ଟିକିଲିପଡା ପଞ୍ଚାୟତ ଘୋଷରାଗୋଡ଼ା ଠାରେ ଛାତ୍ରୁଛାତ୍ରଙ୍କୁ ନେଇ ଆଜି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମ ପଞ୍ଚାୟତର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମିଳିତ ଭାବରେ ଘୋଷରାଗୋଡ଼ା ଖେଳ ପଡିଆରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଶିଶୁ ମହୋତ୍ସବ ଭାବରେ ପାଳନ କରାଯାଇଥିଲା। ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଖେଳ, ନାଚଗୀତ ମାଧ୍ୟମରେ ଦୁଇ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀଙ୍କର ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ଉତ୍ସବ ମନାଯାଇଥିଲା। ଖେଳରେ ଅକିତାଶୁନାନୀ, ଉତ୍ତମ ବାଘ, ସାନ୍ତନୁ କିସାନ ପ୍ରମୁଖଙ୍କ ପୁରସ୍କୃତ କରାଯାଇଥିଲା। ସମସ୍ତ ଖେଳକୁ ଶିକ୍ଷକ ତୁଳାରାମ ନାଏକ, ପ୍ରଫୁଲ ବିଶ୍ୱାଳ, ଭୁବନେଶ୍ୱର୍ କିଶାନ, ନିରଞ୍ଜନ ଭଞ୍ଜ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଚାରୁଲତା ଦ୍ଵିବେଦୀ, ଯାଜ୍ଞସେନୀ ପଧାନ, ବିଳାସିନୀ କିସାନ, ପ୍ରେମୀକା ଏକା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ମୁଖ୍ୟଅତିଥି ଭାବରେ ଲକ୍ଷ୍ମୀଧର ବିନ୍ଧାଣୀ ଯୋଗ ଦେଇଥିବା ବେକେ ମୁଖ୍ୟବକ୍ତା ଭାବରେ ସୁଶିଳ କୁମାର ପଟେଲ ଯୋଗ ଦେଇ ଛାତ୍ରିଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ କାର୍ଯ୍ୟକୁ ଶ୍ରୀବତ୍ସ କାଲୋ, ସୌଭାଗ୍ୟ ପଟ୍ଟା, ବିମ୍ବାଧର ସାହୁ, ନିରେନ୍ଦ୍ର କାଲୋ ପ୍ରମୁଖ ଅନେକ ଯୁବକ ଯୁବତୀ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ଭୁବନେଶ୍ୱର ଦ୍ୱିବେଦୀ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ। ଏଥିରେ ୧୫ଟି ଗ୍ରାମର ପ୍ରାୟ ୫୫୦ ଛାତ୍ରଛାତ୍ରୀ ଏବଂ ପିତାମାତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories