Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ମହୋତ୍ସବ ଆୟୋଜନ ନେଇ ଭୂମି ପୂଜନ

ବ୍ରହ୍ମପୁର:ଅଗ୍ରଣୀ ସାଂସ୍କୃତିକ ମହୋତ୍ସଵ ବ୍ରହ୍ମପୁର ମହୋତ୍ସବ ୨୫ଆସନ୍ତା ଫେବୃଆରୀ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଇଞ୍ଜିନିୟେରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ l ଛ ଦିନ ବ୍ୟାପି ମହୋତ୍ସବ ରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମ ର ଷ୍ଟାଲ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ lଏହି ଅବସରରେ ଭୂମି ପୂଜନ ଆଜି ସକାଳେ ପୂଜା ଅର୍ଚନା ସହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ସାଧାରଣ ସମ୍ପାଦକ ଶ୍ରୀ ଇ ପ୍ରଶାନ୍ତ କୁମାର ପାତ୍ର, ମହୋତ୍ସବ ସମ୍ପାଦକ ଶ୍ରୀ ଗୋପାଳ ପଟନାୟକ, ପ୍ରକାଶ ଭାଜନୀ, ସଞ୍ଜୟ ମାଝୀ, ରେସମ୍ପାସ ମାର୍କେଟିଙ୍ଗ ଇଭେଣ୍ଟ ଏମ ଡି ଶ୍ରୀ ରବିଶଙ୍କର, ବିଭୀଷଣ ମଲିକ, ପ୍ରଶାନ୍ତ ବାଇ, ତପନ ପଣ୍ଡା, ଶ୍ରୀମତୀ ନିବେଦିତା ପାଢ଼ୀ, ଶ୍ରୀମତୀ ସାଧନା ପାଢ଼ୀ, ନାରୟଣ ମହାଙ୍କୁଡ, ରିତାଞ୍ଜଳି ସ୍ୱାଇଁ, ଗୀତାଞ୍ଜଳି ଜେନା, ପ୍ରଭାସିନୀ ପଣ୍ଡା, ଅନିଲ ପାତ୍ର, ଅନନ୍ତ ପ୍ରଧାନ, ରୋହିତ ପରିଡା,କାର୍ତିକ ପାଣିଗ୍ରାହୀ, ମନରଞ୍ଜନ ପାଢ଼ୀ, ପଣ୍ଡିତ ଶୁଭମ ପଣ୍ଡା ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ