Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି ମନରେଗା ଓ ପଞ୍ଚଦଶ ଅର୍ଥ ଆୟୋଗ ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମରେ ସିଡ଼ିଓ-କମ-ଇଓ- ଜିଲ୍ଲାପରିଷଦ, ସମ୍ବଲପୁର ପ୍ରସନ୍ନ ପାତ୍ର, ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶାଳିନୀ ସିଂ, ଜିଲ୍ଲା ସାମାଜିକ ସମୀକ୍ଷକ, ସମ୍ବଲପୁର ଆର୍ତ୍ତତ୍ରାଣ ଶତପଥି, ଲୋକପାଳ, ସମ୍ବଲପୁର ବ୍ରଜେନ୍ଦ୍ର ପଣ୍ଡା, ଅତିରିକ୍ତ କାର୍ଯକ୍ରମ ଅଧିକାରୀ ମନୋଜ କୁମାର ଭୋଇ, ଜମନକିରା ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଜୟ ଖଡିଆ ପ୍ରମଖ ମଞ୍ଚାସୀନ ଉପସ୍ଥିତ ଥିଲେ। କାର୍ଯକ୍ରମ ପ୍ରାରମ୍ଭରେ ରବୀନ୍ଦ୍ର କୁମାର ସେଠୀ, ଗୋଷ୍ଠୀଉନ୍ନୟନ ଅଧିକାରୀ ଜମନକିରା ସମସ୍ତଙ୍କୁ ସ୍ବାଗତ ଜଣାଇ କାର୍ଯକ୍ରମକୁ ଆରମ୍ଭ କରିଥିଲେ ଏବଂ କାର୍ଯକ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିବା ସାହିର ମନରେଗା ଯୋଜନାର ସଫଳ ରୂପାଯନ ନିମନ୍ତେ ବିଶଦ ଆଲୋଚନା କରିଥିଲେ l ମନୋଜ କୁମାର ଭୋଇ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ, ଜମନକିରା କାର୍ଯକ୍ରମକୁ ପରିଚାଳନା କରିଥିଲେ। କାର୍ଯକ୍ରମରେ ସିଡିଏ ଶ୍ରୀ ପାତ୍ର ବ୍ଲକ ସ୍ତରୀୟ ଜନ ଶୁଣାଣି ବିଷୟରେ ବିଶଦ ଭାବରେ ଆଲୋଚନା କରିବା ସହିତ ମନରେଗା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝେଇଥିଲେ l ସାମାଜିକ ସମୀକ୍ଷକ ଶ୍ରୀ ଶତପଥୀ କାର୍ଯକ୍ରମରେ ଆସିଥିବା ବିଭିନ୍ନ ଅଭିଯୋଗର ଗୋଟି ଗୋଟି କରି ପଠନ କରିଥିବା ବେଳେ ବିଡ଼ିଓ ଶ୍ରୀ ସେଠୀ ସେ ସବୁ ଅଭିଯୋଗ ଗୁଡିକର ଶୁଣାଣି କରିବା ସହିତ ସହିତ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଗୋଷ୍ଠୀଉନ୍ନୟନ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ। କାର୍ଯକ୍ରମରେ ମନରେଗା ଯୋଜନାର ସମୁଦାଯ ୬୫ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ସେଥି ମଧ୍ୟରୁ ଗ୍ରାମ ପଞ୍ଚାୟତର ୩୦ ଗୋଟି , ଉଦ୍ୟାନ ବିଭାଗର ୧ ଗୋଟି, ଜଙ୍ଗଲ ବିଭାଗର ୧୦ ଗୋଟି, ଆଇ.ଟି.ଡି.ଏ. ବିଭାଗର ୬ ଗୋଟି, ମୃତିକା ସରକ୍ଷଣ ବିଭାଗର ୧୮ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ସେହିପରି ପଞ୍ଚଦଶ ଅର୍ଥ ଆୟୋଗ ଯୋଜନାର ସମୁଦାୟ ୧୯ ଗୋଟି ଅଭିୟୋଗର ଶୁଣାଣି ହୋଇଥିଲା l ଶେଷରେ ଶ୍ରୀ ଭୋଇ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ, ଜମନକିରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।କାର୍ଯକ୍ରମରେ ସମସ୍ତ ଗ୍ରାମ ରୋଜଗାର ସେବକ, ସମସ୍ତ ଏଡିଡବ୍ଲୁଇଓ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ସରପଞ୍ଚ, ସମିତି ମେମ୍ବର, ବିଭାଗୀୟ ଅଧିକାରୀ , ଭିଆରପି, ବ୍ଲକ ସାମାଜିକ ସମୀକ୍ଷକ, ଜବ କାର୍ଡ ଧାରି ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।