ମୁରଶୁଣ୍ଢୀ ରେ ଅଣଧାନ ଉପରେ ରୋଷେଇ ପ୍ରତିଯୋଗୀତା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ବୃହତ୍ତ ଉଠା ଜଳସେଚନ ଓ ଫସଲ ବିଭିଦି କରଣ ଯୋଜନାର ଅଣଧାନ ଉପରେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହାୟତା ଓ ସବୁଜ ସାଥୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଦ୍ୱାରା ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪ ଗୋଟି ଶ୍ଵୟଂ ସହାୟକ ଗୋଷ୍ଠୀ ରୁ ୪୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l, ସେଥି ମଧ୍ୟରୁ ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମ , ବୀରହନୁମାନ ସ୍ଵୟଂ ସହାୟକ ଗୋଷ୍ଟି ଦ୍ଵିତୀୟ ଓ ରଘୁନାଥ ସ୍ଵୟଂ ସହାୟକ ଗୋଷ୍ଠୀ ତୃତୀୟ ହୋଇଥିଲେ l‌ ମୁଖ୍ୟ ଆତଥି ଭାବ ଉଦ୍ୟାନ ବିଦ୍ ପ୍ରିୟଦର୍ଶିନୀ ଝାଙ୍କର ଓ ଏଏନେମ ସୁଭଶ୍ରି ବାଲାନି ହୋତା ଯୋଗଦେଇ ପୋଷୋନ ଯୁକ୍ତ ଖାଦ୍ୟ ଉତ୍ପାଦନ ଯଥା ମାଣ୍ଡିଆ , ପନିପରିବା , ମକା , ଡାଲି ଜାତୀୟ ଶସ୍ୟ , ତୈଳ ଜାତୀୟ ଶସ୍ୟ କିପରି ଭାବରେ ସମସ୍ତ ପରିବାରରେ ଉତ୍ପାଦନ ହୋଇ ପାରିବ ଓ ପୋଷଣ ଯୁକ୍ତ ପରିବାର ସୃଷ୍ଟି ହୋଇ ପାରିବ ତାଉପରେ ପୁଙ୍ଖନାପୁଙ୍ଖ ଭାବରେ ବୁଝାଇବା ଶହ ବିଜେତା ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ I ଏହି କାର୍ଯ୍ୟକ୍ରମକୁ ମୁର୍ଷୁଣ୍ଢୀ ପଞ୍ଚାୟତ ର ଏମବିକେ ଓ ସିଆରପି ତଥା ଉତ୍ପାଦକ କମ୍ପାନୀ ର ସଦସ୍ୟ ସାନତନ ପଧାନ , ଠାକୁର କର୍ମୀ , ଗଦାଧର ପଧାନ , ମନୋରଞ୍ଜନ ପଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I