Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

ଜମନକିରା : ଜମନକିରା ବ୍ଲକ ଡାକ୍ତରଖାନା ପଡ଼ିଆରେ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟଅତିଥି ପ୍ୟାରେଡ ପରିଦର୍ଶନ ପରେ ପତାକା ଉତ୍ତୋଳନ କରିଥିଲେ। ଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା। ପରେ ମୁଖ୍ୟଅତିଥି ତାଙ୍କର ଅଭିଭାଷଣ ଦେବା ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେଶ ଉଦ୍ଦେଶ୍ୟରେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ତଥା ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ଆଦ୍ୟାଶା ମହାକୁଲ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ମାନୀୟ ଅତିଥି ଭାବେ ସାଂସଦ ପ୍ରତିନିଧି ରମେଶ କୁମାର ସାହୁ, ତହସିଲଦାର ହରେକୃଷ୍ଣ ବରିହା, ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୁ, ଆଇଆଇସି ପଦ୍ମାଳୟା ସାହୁ ପ୍ରମୁଖ ମଞ୍ଚାଷିନ ଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଶ୍ରେଷ୍ଠତା ଲାଭ କରିଥିବା ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ଡାକ୍ତର, ସମାଜ ସେବୀ, ଅଗ୍ରଣୀ ଚାଷୀ, ଶିକ୍ଷକ, ଅଗ୍ନିଶ୍ରମ, ସ୍ୱଚ୍ଛ ଗ୍ରାମ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ଶ୍ରେଷ୍ଠ ହୋଇଥିବା ୧୧ ଜଣ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ଦେଇ ମୁଖ୍ୟଅତିଥି ସମ୍ମାନିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଗଣତନ୍ତ୍ର ଚତୁର୍ଥସ୍ତମ୍ବ ର ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପରିଷଦ ସଦସ୍ୟ ରବୀନ୍ଦ୍ର ପ୍ରସାଦ ଦାନୀ, ସତ୍ୟପ୍ରିୟ ମହାପାତ୍ର, ଜିତେନ୍ଦ୍ର ମୁଦୁଲି ଏବଂ ଅବଦୁଲ ଗୁଲମ୍ କାଦିର ପ୍ରମୁଖ ସାମ୍ବାଦିକ ମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଏପିଓ ମନୋଜ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘୋଷକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଦିଲୀପ ବହିଦାର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଗୁଡ ସମାରିତାନ ସ୍କୁଲର ଅଧ୍ୟକ୍ଷା କାନ୍ତିଲତା ପଟେଲ ପରିଚାଳନାରେ ସହଯୋଗ କରିଥିଲେ।ପ୍ୟାରେଡ କୁ ନାରାୟଣ ପ୍ରଧାନ ଏବଂ ରଞ୍ଜନ ମାହକୁଲ୍ ପରିଚାଳନା କରିଥିଲେ। ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ବ୍ଲକ ର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରତ୍ୟକ୍ଷ ସହଯୋଗରେ ସାଧାରଣତନ୍ତ୍ର ଦିବସ ବଡ ଧୁମ୍ ଧାମରେ ପାଳିତ ହୋଇଥିଲା।