Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୭୬ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠାତ୍ବ ୧୫ଜଣଙ୍କୁ ସମ୍ବର୍ଦ୍ଧିତ କଲେ ବ୍ଲକ ପ୍ରଶାସନ

ଜମନକିରା : ଜମନକିରା ବ୍ଲକ ଡାକ୍ତରଖାନା ପଡ଼ିଆରେ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟଅତିଥି ପ୍ୟାରେଡ ପରିଦର୍ଶନ ପରେ ପତାକା ଉତ୍ତୋଳନ କରିଥିଲେ। ଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା। ପରେ ମୁଖ୍ୟଅତିଥି ତାଙ୍କର ଦେଶ, ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ଉଦ୍ଦେଶ୍ୟରେ ଅଭିଭାଷଣ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେଶ ଉଦ୍ଦେଶ୍ୟରେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ତଥା ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ଆଦ୍ୟାଶା ମହାକୁଲ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ମାନୀୟ ଅତିଥି ଭାବେ ସାଂସଦ ପ୍ରତିନିଧି ରମେଶ କୁମାର ସାହୁ, ତହସିଲଦାର ହରେକୃଷ୍ଣ ବରିହା, ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୁ, ଆଇଆଇସି ପଦ୍ମାଳୟା ସାହୁ ପ୍ରମୁଖ ମଞ୍ଚାଷିନ ଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଶ୍ରେଷ୍ଠତା ଲାଭ କରିଥିବା ଆଶା ଦିଦି ମଞ୍ଜରୀ ପଣ୍ଡା, ଅଙ୍ଗନବାଡ଼ି କର୍ମୀ ଚତୁମାଲା କାଲୋ, ଚିକିତ୍ସା କ୍ଷେତ୍ରରେ ଡା: ହରେଶ ଚନ୍ଦ୍ର ବାଘ, ସମାଜ ସେବୀ ସ୍ବାମୀ ଶିବାନନ୍ଦ ସରସ୍ଵତୀ, ଅଗ୍ରଣୀ ଚାଷୀ ଭାବରେ ସବିତା ପଟେଲ, ଶିକ୍ଷା କ୍ଷେତ୍ରରେ ପ୍ରତିମା ପଣ୍ଡା ଓ ପ୍ରମୋଦ କୁମାର ପଟେଲ , ଅଗ୍ନିଶ୍ରମ ବିଭାଗର ଚିତ୍ରଭାନୁ ପ୍ରଧାନ, ସ୍ୱଚ୍ଛ ଗ୍ରାମ ଭାବରେ ଡିମିରୀମୁଣ୍ଡା ପଞ୍ଚାୟତ ର ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀ, ଗରିଆବହାଲ ଗାଁର ଦୂର୍ଗେଶ୍ୱରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ରାଜ୍ୟ ସ୍ତରରେ ବିତର୍କରେ ଶ୍ରେଷ୍ଠ ହୋଇଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଦ୍ୟାଶ୍ୟା ଆଦି ୧୧ ଜଣ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ଦେଇ ମୁଖ୍ୟଅତିଥି ସମ୍ମାନିତ କରିଥିବା ବେଳେ ଗଣତନ୍ତ୍ର ଚତୁର୍ଥସ୍ତମ୍ବ ର ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପରିଷଦ ସଦସ୍ୟ ରବୀନ୍ଦ୍ର ପ୍ରସାଦ ଦାନୀ, ସତ୍ୟପ୍ରିୟ ମହାପାତ୍ର, ଜିତେନ୍ଦ୍ର ମୁଦୁଲି ଏବଂ ଅବଦୁଲ ଗୁଲମ୍ କାଦିର ପ୍ରମୁଖ ସାମ୍ବାଦିକ ମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପ୍ୟାରେଡ କନିଷ୍ଠ ବର୍ଗରେ ଷଣ୍ଢପଥର ଆଶ୍ରମ ସ୍କୁଲର ବାଳିକା ମାନେ ପ୍ରଥମ, ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟ ବାଳିକା ଦ୍ୱିତୀୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାଳିକା ତୃତୀୟ, ସେହିପରି ଉପ – କନିଷ୍ଠ ବର୍ଗରେ ଷଣ୍ଢପଥର ଆଶ୍ରମ ସ୍କୁଲର ବାଳକ ପ୍ରଥମ, ଗୁଡ ସମାରିତାନ ଇଂଲିଶ ସ୍କୁଲ ଦ୍ଵିତୀୟ, ସରସ୍ଵତୀ ଶିଶୁ ମନ୍ଦିର ତୃତୀୟ ହୋଇଥିଲେ। ବରିଷ୍ଠ ବର୍ଗରେ ଷଣ୍ଢପଥର ଉଚ୍ଚ ବିଦ୍ୟାଳୟ ବାଳିକା ପ୍ରଥମ, ଜମନକିରା ମହାବିଦ୍ୟାଳୟ ଏନସିସି ଦ୍ଵିତୀୟ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରିଶେଷରେ ଏପିଓ ମନୋଜ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘୋଷକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଦିଲୀପ ବହିଦାର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଗୁଡ ସମାରିତାନ ସ୍କୁଲର ଅଧ୍ୟକ୍ଷା କାନ୍ତିଲତା ପଟେଲ ପରିଚାଳନାରେ ସହଯୋଗ କରିଥିଲେ।ପ୍ୟାରେଡ କୁ ନାରାୟଣ ପ୍ରଧାନ ଏବଂ ରଞ୍ଜନ ମାହକୁଲ୍ ପରିଚାଳନା କରିଥିଲେ। ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ବ୍ଲକ ର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରତ୍ୟକ୍ଷ ସହଯୋଗରେ ସାଧାରଣତନ୍ତ୍ର ଦିବସ ବଡ ଧୁମ୍ ଧାମରେ ପାଳିତ ହୋଇଥିଲା।