Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଦଳୀମୁଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ; ସତ୍ୟବାଦୀ ହେବା…ବିଡ଼ିଓ ରବୀନ୍ଦ୍ର ସେଠୀ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଜି ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ସିଂ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇ ଛାତ୍ରୀ ଛାତ୍ରଙ୍କୁ ଉଚ୍ଚାରଣ ଓ ଆଚରଣ ରେ କିପରି ସାଲିନତା ଆଣିବା ଏବଂ ସତ୍ୟକଥା କହି ସତ୍ୟବାଦୀ ହେବା ସେ ଦିଗରେ ବୁଝାଇଥିଲେ। ଏହା ବୁଝାଇବାକୁ ଯାଇ ମହାଭାରତ ର ଏକ ପଂକ୍ତି ଯାହାକି ଅର୍ଜୁନ, ଭିକ୍ଷୁକ ଓ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ ନିଜର ସ୍ବାର୍ଥ କୁ ଦେଖିବା ସହ ଅନ୍ୟର ସ୍ବାର୍ଥ ପ୍ରତି ଯତ୍ନଶୀଳ ପାଇଁ ଚେଷ୍ଟା କଲେ ହିଁ ଆମେ ଆଗକୁ ବଢ଼ିପାରିବା ବୋଲି ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ। ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ ଯୋଗଦେଇ ଶିକ୍ଷା ଦିଗରେ କିପରି ଓ କଣ କଲେ ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷାଦାତା ଉପକୃତ ହୋଇପାରିବେ ଏବଂ ସମାଜର ମଙ୍ଗଳ ହୋଇ ପାରିବ ସେ ଦିଗରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ, ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ସତ୍ୟନାରାୟଣ ସାହୁ, ସମ୍ପାଦକ ଶିବ ଶଙ୍କର ପଧାନ ପ୍ରମୁଖ ମଞ୍ଚାଶିନ ଥିଲେ। କାର୍ଯ୍ୟକ୍ରମ କୁ ଅବସରପ୍ରାପ୍ତ ଶିକ୍ଷକ ଦିଲୀପ ବହିଦାର ପରିଚାଳନା କରିଥିବା ବେଳେ ଉଦଘାଟନୀ ସଭା ଶେଷରେ କମିଟି ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉଦଯାପନୀ ସଭାରେ ସ୍କୁଲ ପରିଚାଳନା କମିଟିର ସଭାପତି ଝରଣା ସା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ତହସିଲଦାର ହରେକୃଷ୍ଣ ବରିହା ଯୋଗଦେଇ ଶିକ୍ଷାର୍ଥୀ ଏବଂ ଶିକ୍ଷାଦାତା ଦାୟିତ୍ଵ କ’ଣ ତା’ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଜମନକିରା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଡ. ତୃପ୍ତି ମିଶ୍ର ଯୋଗଦେଇ ଶିକ୍ଷା, ଶିକ୍ଷକ ଏବଂ ଶିକ୍ଷାୟତନ ଉପରେ ବିସ୍ତୃତ ଭାବେ ବୁଝେଇବା ସହ ଗୁଣାତ୍ମକ ପାଠର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥିଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ, ଭୋଜପୁର ସରକାରୀ ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆଇରିନା ମିଞ୍ଜ, ଜୟନ୍ତୀ କମିଟିର ସଭାପତି ଶ୍ରୀ ସାହୁ, ସମ୍ପାଦକ ଶ୍ରୀ ପଧାନ ପ୍ରମୁଖ ମଞ୍ଚଶିନ ଥିଲେ। ଏହି ସଭାକୁ ଶ୍ରୀ ବହିଦାର ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଉଭୟ ସଭା ମଝିରେ ସ୍କୁଲ ଆରମ୍ଭ ବେଳେ ଯାହାର ସ୍କୁଲ ପାଇଁ ଅବଦାନ ରହିଥିଲା ସମୃକ୍ତ ବ୍ୟକ୍ତି ବିଶେଷ ଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା। ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ ସ୍କୁଲ ତଥା ଆଖପାଖ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଅବିଭାବକ, ଆବିଭାବିକା, ଗ୍ରାମବାସୀ ସହଯୋଗ କରିଥିଲେ।