Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଜ୍ଞା ସୁଚରିତା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ ଯୋଗଦେଇ ନୂତନ ଶିକ୍ଷା ନୀତି ଉପରେ ବୁଝାଇଥିଲେ। ଏଥି ସହ ନିପୁଣ ମେଳା ଅର୍ଥାତ ଛାତ୍ରୀ ଛାତ୍ରଙ୍କ ପାରଦର୍ଶିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଗୀତାଞ୍ଜଳି ନାଏକ, ପ୍ରଫୁଲ୍ଲ କୁମାର ବିଶ୍ବାଳ, ଦିଲୀପ କୁମୁରା, ଶାନ୍ତିଲତା ବୁଡ଼, ଶୁକଦେବ ବାଘ, ସୀତା କିସାନ, ଦେବଯାନୀ କୁସୁମ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିର ଏହି ମେଳାରେ ୭ ଗୋଟି ପ୍ରତି ବିଦ୍ୟାଳୟରୁ ୧୦ଜଣ ଛାତ୍ରୀ ଛାତ୍ର ଏବଂ ୧୦ ଜଣ ଅବିଭାବକ, ଅବିଭାବିକା ଏବଂ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories