Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ପୁରଣ ପାଇଁ ବର୍ହାମୁଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକେଇଲେ ଗ୍ରାମବାସୀ, ଲିଖିତ ପ୍ରତିଶ୍ରୁତି ପରେ ସ୍କୁଲ ଖୋଲିଲା

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଛି। ଶିକ୍ଷକ ପୁରଣ ଦାବି ନେଇ ବର୍ହାମୁଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ଆଜି ଗ୍ରାମବାସୀ, ଅଭିଭାବକ ଏବଂ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକେଇଥିଲେ। ତେବେ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ସ୍କୁଲ ପରିଚାଳନା ସ୍ଵାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ବର୍ହାମୁଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ମୋଟ ଛାତ୍ରୀ ଛାତ୍ରଙ୍କ ସଂଖ୍ୟା ୭୧। ଗତ ଦେଢ଼ ବର୍ଷ ହେବ ଉକ୍ତ ସ୍କୁଲରେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ଦାନ କରି ଆସୁଥିଲେ। ମାତ୍ର ବର୍ଷେ ପୂର୍ବରୁ ଜଣେ ଶିକ୍ଷକ ଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଥିଲା। ଆଉ ଜଣେ ଶିକ୍ଷୟିତ୍ରୀଙ୍କୁ ସିଆରସି ଭାବରେ ନିୟୋଜିତ କରାଯାଇଥିଲା ଯଦ୍ୱାରା ୩ ଜଣ ଶିକ୍ଷକ ୮ ଟି ଶ୍ରେଣୀରେ ପାଠ ପଢେଇବା ସମସ୍ୟା ହୋଇଥିଲା। ଏନେଇ ଗ୍ରାମବାସୀ, ଅଭିଭାବକ ଏବଂ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ଅନେକ ଥର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରେଇଥିଲେ। ମାତ୍ର ପ୍ରତିକାର କରାଯାଇନଥିଲା। ଆଜି ଏହି ସମସ୍ୟାକୁ ଭିତ୍ତି କରି ସ୍କୁଲ ମୁଖ୍ୟ ଫାଟକରେ ପୂର୍ବାହ୍ନ ୧୦ ଟା ସମୟରେ ସ୍କୁଲରେ ତାଲା ପକାଇଥିଲେ। ଏହି ଖବର ସ୍କୁଲର ପ୍ରଧାନ ଶିକ୍ଷକ ତୁଲାରାମ ନାଏକ ଫୋନ ମାଧ୍ୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣେଇଲା ପରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ ଏବଂ ବିନୟ କୁମାର ନନ୍ଦ ସ୍କୁଲ କୁ ଯାଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସ୍କୁଲରୁ ସିଆରସି ଭାବେ ନେଇଥିବା ପୂର୍ବ ଶିକ୍ଷୟିତ୍ରୀ ସନ୍ତୋଷିନି ପଟେଲ ଙ୍କୁ ପୁନଃ ନିଯୁକ୍ତି ଦେଉଥିବା ନେଇ ପତ୍ର ପ୍ରଦାନ ପରେ ସ୍କୁଲ ସ୍ଵାଭାବିକ ପରିଚାଳିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories