Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ; ମଧୋସିଂହ ପରି ସାହସୀ ହୁଅ…ମନ୍ତ୍ରୀ ରବିନାରାୟଣ ନାଏକ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଆଶ୍ରମ ସ୍କୁଲରେ ଆଜି ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକ ଅଧ୍ୟକ୍ଷତା କରି ସଭା କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ଆଦିବାସୀ ଲୋକଙ୍କ ବହୁମୁଖି ପ୍ରତିଭା ବିଷୟରେ ଛାତ୍ରୀ ଛାତ୍ରମାନଙ୍କୁ ବୁଝାଇବାକୁ ଯାଇ ମଧୋଷିଂହଙ୍କ ଭଳି ସାହସୀ ହୁଏ। ଏବଂ ନିଜକୁ ଅନ୍ୟଙ୍କ ତୁଳନାରେ ସ୍ୱତନ୍ତ୍ରତା ରଖ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇ ଛାତ୍ରୀ ଛାତ୍ରମାନଙ୍କୁ ଭଲ ମଣିଷ ହେବା ପାଇଁ ହେଲେ ମନରେ ଦୃଢ଼ତା ନେଇ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡା, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଅନୀଭା ନାଏକ, ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିରେନ୍ଦ୍ର କୁମାର ପଟେଲ, ସରପଞ୍ଚ ବିଜୟ କୁମାର ନାୟକ, ନିଳମଣୀ ଝାଙ୍କର, ପଙ୍କଜ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ମଞ୍ଚ ପରିଚାଳନା ପ୍ରଧାନ ଶିକ୍ଷକ ଶ୍ରୀ ନାୟକ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଉର୍ମିଳା ସିଂ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥଲେ। ଅନ୍ୟ ସହକାରୀ ଶିକ୍ଷୟିତ୍ରୀ ଅବନ୍ତି ଶୁନାନି ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷକ କାହୁଁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ଦମୟନ୍ତୀ କିସାନ, ଜ୍ୟୋତି କିସାନ ଏବଂ ପିଇଟି ତପନ ଖୁଣ୍ଟିଆ ପରିଚାଳନାରେ ସହଯୋଗ କରିଥିଲେ। ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏମଲେନ୍ ଟପୋ, ଯଜ୍ଞାସିନି ପ୍ରଧାନ, ମନୋରମା ଦେହୁରୀ, ରାଜ କିଶୋର ଭୋଇ, ଅକ୍ଷୟ ଭୋଇ, ମୁରଲୀ ପଧାନ ଏବଂ କିଶୋର ପଧାନ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories