Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର ବୋହୂ କାର ଟ୍ରକ୍ ସହ ସାମ୍ନାସାମ୍ନୀ ଧକ୍କା, ବର ବୋହୂ ଗୁରୁତର; ବୁର୍ଲା ଡ଼ାକ୍ତରଖାନାରେ ଭର୍ତି

ଜମନକିରା : ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ ପିଇଟି କଲେଜ ପାଖରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବୋହୂ କୁ ନେଇ ଫେରୁଥିବା ଏକ କାର ଆଜି ପାଖାପାଖି ସାଢେ଼ ୯ଟା ସମୟରେ ରାୟପୁର ର ଝିଅ କୁ ସମ୍ବଲପୁର ରେ ବିବାହ ହୋଇ ନିଜ ଘର ଦେବଗଡ କୁ ଫେରୁଥିବା ସମୟରେ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ବର ଓ ବୋହୂ ଗୁରୁତର ଆହତ ହୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ରେ ଡାକ୍ତରଖାନା କୁ ପଠେଇ ଅଧିକ ତଦନ୍ତ କରୁଛି।
ପୋଲିସର ସୂଚନା ଅନୁଯାୟୀ, ଦେବଗଡ଼ ସଦର ମହକୁମାର ସୁବାସ ମୋଦିଙ୍କ ପୁଅ ସୁମିତ (୩୦) ଗତକାଲି ସମ୍ବଲପୁର ଏକ ହୋଟେଲ ରେ ବିବାହ ସମ୍ପନ୍ନ କରି ଆଜି ୯ ଟା ସମୟରେ ଦେବଗଡ କୁ କାର ରେ ଫେରୁଥିଲେ। ଆଜି ସକାଳ ସାଢେ଼ ୯ ଘଣ୍ଟା ପାଖାପାଖି ସମୟ କୁକୁଣ୍ଡି ପିଇଟି କଲେଜ ସମ୍ମୁଖ ରଜରସ୍ତା ୫୩ ରେ ଅପର ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବର ଓ ବୋହୂ ଗୁରୁତର ଆହତ ହୋଇଥିଲେ। ବୋହୂ ର ଘର ରାୟପୁର ହୋଇଥିବା ବେଳେ ଗତ କାଲି ଉଭୟ ବର ଓ କନ୍ୟା ଘର ସମ୍ବଲପୁର ସ୍ଥିତ ଏକ ହୋଟେଲରେ ବିବାହ ସମ୍ପନ୍ନ ହୋଇଥିଲା। କାର ରେ ଡ୍ରାଇଭର ଓ ଅନ୍ୟ ଏକ ଝିଅ ମଧ୍ୟ ବସିଥିବା ନେଇ ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ