Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଦମଡିହିରେ ଟ୍ରକ ସହ ବାଇକ ଦୁର୍ଘଟଣା ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କୋର୍ଟ ଚାଲାଣ

ଝାରସୁଗୁଡା ୧୬/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡିହି ଛକ ନିକଟରେ ଶନିବାର ଦିନ (ଓଡି ୦୪ ଏନ ୪୨୯୯) ଏକ ସ୍ୱଞ୍ଜ ଆଇରନ ବୋଝେଇ ଟ୍ରକ ଧକ୍କାରେ ସାଗରପାଲି ଡୁଙ୍ଗୁରିପଡ଼ାର ବାଇକ ଚାଲକ ତସିଲ ବାରିକ (୨୭) ମୃତ୍ୟୁ ବରଣ କରିଥିଲେ । ରେଙ୍ଗାଲି ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଉକ୍ତ ଟ୍ରକ ଡ୍ରାଇଭରଙ୍କ ବେପରୁଆ ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବା ମୃତ ତସିଲଙ୍କ ବଡ଼ଭାଇ ତପନ ବାରିକ ରେଙ୍ଗାଲି ଥାନା ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ଥାନାରେ ଏକ ମାମଲା ରୁଜୁ କରି ଉକ୍ତ ଟ୍ରକ ଡ୍ରାଇଭର କେଉଁଝର ଜିଲ୍ଲା ଢଙ୍ଗରପଡ଼ା ସାହିର ନୀଳକଣ୍ଠ ରଣା (୩୭) ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

More Stories