Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ୫ଟି ଜିଲ୍ଲାର ୩୨୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି 5T ସ୍କୁଲ ରୂପାନ୍ତରଣ ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନ। ଆଜି ୫ଟି ଜିଲ୍ଲାର ୩୨୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର ସର୍ବାଧିକ ୧୦୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହେବ । ସେହିପରି ନବରଙ୍ଗପୁରର ୭୮, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାର ୬୨ଟି ଲେଖାଏଁ ଏବଂ ବୌଦ୍ଧର ୨୩ଟି ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଏହା ମାଧ୍ୟମରେ 5T ସ୍କୁଲ ଗୁଡ଼ିକରେ ପିଲାମାନଙ୍କୁ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଦେବା ପାଇଁ ପ୍ରୟାସ କରାଯାଇଛି । ପିଲାମାନେ ଏହି ସୁଯୋଗର ଲାଭ ଉଠେଇ ନିଜର ସ୍ବତନ୍ତ୍ର ପ୍ରତିଭା ଓ ପରିଚୟ ପ୍ରଦାନ କରିବେ। ଏଭଳି ହେଲେ ସେମାନେ ନିଜ ସହିତ ନିଜ ପରିବାର ଓ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ