ଭୁବନେଶ୍ୱର: ଆଜିଠାରୁ ୨୧ ତାରିଖ ଯାଏଁ ରାଜ୍ୟର ଉପକୂଳ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ଘୂର୍ଣ୍ଣିବଳୟ ଓ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବାର ଅନୁମାନ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୧୯ରେ ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପାଗ ମେଘୁଆ ରହିବ। ୨୦ରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ କଟକରେ ମଧ୍ଯ ବର୍ଷା ହେବ। ଆଗାମୀ ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।
ରାଜ୍ୟରେ ବଦଳିବ ପାଗ, ଆଜିଠୁ ବର୍ଷା ସମ୍ଭାବନା
